ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚଚାୟତ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ-ପୁରସ୍କାର ବିତରଣୀ ସଭା ଓ ରାଷ୍ଟ୍ରୀୟ ମାତୃଭାଷା ଦିବସ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗଣିଜାଙ୍ଗ ଆଞ୍ଚଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଦାସ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ହେବା ଫଳରେ ପିଲା ମାନଙ୍କର ଉତ୍ସାହ ବୃଦ୍ଧି ପାଇବା ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ସହାୟକ ହୋଇଥାଏ ବୋଲି କହିଥିଲୋ ସମ୍ମାନିତ ଅତିଥି ବିଦ୍ୟାଳୟ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ବେହେରା ଓ ନିରଞ୍ଜନ ବେହେରା ଯୋଗ ଦେଇଥିଲେ ।
ସହକାରୀ ଶିକ୍ଷୟିତ୍ରୀ ନିର୍ମଳା ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସଞ୍ଜୁଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ରାଷ୍ଟ୍ରୀୟ ମାତୃ ଭାଷା ଦିବସ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟକୁ ସୁଦୃଢ କରିବା ନିମନ୍ତେ ଶବ୍ଦ ଓ ଅନ୍ତାକ୍ଷରୀ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭାଷା ସ୍ରଷ୍ଟା ମଧୁସୂଦନ ଦାଶଙ୍କ ଜୀବନ ଗାଥା ବିଷୟରେ ଅତିଥି ଛାତ୍ର ଛାତ୍ରୀଙ୍କୁ କହିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ ।