Onn 3

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

State
ବାରିପଦା :  ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶିକ୍ଷା,ଗମନା, ସ୍ବାସ୍ଥ୍ୟ,ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ତାହା ସେତେଟା ଆଖି ଦେଶିଆ ହୋଇ ପାରୁନାହିଁ ।ଵିଜାତଳା ମୁଖ୍ୟ ସଦର ରାସ୍ତା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ସାରା ଖଆଲଖମଆଲ ।ପ୍ରଶାସନ ଓ ଜନପ୍ରତିନିଧି ଙ୍କ ନଜର ପଡୁନାହିଁ ।ପଥିକ, ଗ୍ରାମବାସୀ, ଛାତ୍ରଛାତ୍ରୀ ଗମନାଗମନ ପାଇଁ ଭାରି ଅସୁବିଧାରେ ପଡ଼ୁଛନ୍ତି । ବେଳେ ବେଳେ ଦୁର୍ଘଟଣା ଘଟୁଛି ।ବିଶେଷତଃ ରାତିରେ ପଥିକ, ସାଇକେଲ  ଆରୋହୀ ଭାରି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ଓ ଜନପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି ପାଇଁ ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।