Onn 3

ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଅର୍ଜୁନ ମୁର୍ମୁଙ୍କ ଇସ୍ତଫା

State
ବାରିପଦା (୦୯/ ୦୯) :  ମୟୂରଭଞ୍ଜର ଅଗ୍ନିବର୍ଷୀ ଆଦିବାସୀ ଯୁବ ନେତା ଅର୍ଜୁନ ମୁର୍ମୁ ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଏବଂ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ମୟୂରଭଞ୍ଜର ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ସମସ୍ୟା ଆଖି ଆଗରେ ଥିଲେ ମଧ୍ୟ ଏ ପରିସ୍ଥିତିରେ ସଂଗଠନ ମୁଖ୍ୟ ନିରବ ପାଲଟିଛନ୍ତି । ସଂଗଠନର ଆଭିମୁଖ୍ୟ ସହିତ ସଂଗଠନର କାର୍ଯ୍ୟ କଳାପ ମଧ୍ୟରେ ତାଳମେଳ ରହୁନାହିଁ ଏବଂ ତୃଣମୂଳ ସ୍ତରରେ ଛାତ୍ରଛାତ୍ରୀଙ୍କ ସମସ୍ୟାଗୁଡ଼ିକ ସମାଧାନ ପାଇଁ ଅନେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରୁଥିବା ସମୟରେ  ଆବଶ୍ୟକ ସହଯୋଗ ମିଳୁନଥିବାରୁ  ଉପଯୁକ୍ତ ଭାବରେ କାର୍ଯ୍ୟ କରିବାକୁ ସମ୍ଭବ ହୋଇ ପାରୁନାହିଁ।
ରାଜ୍ୟ ସଭାପତି ମନମୁଖୀ କାର୍ଯ୍ୟ କରୁଛନ୍ତି ଏବଂ ଅନେକ ସମୟରେ ମୟୂରଭଞ୍ଜର ଆଦିବାସୀ ଛାତ୍ରଛାତ୍ରୀଙ୍କର ରହିଥିବା ମୌଳିକ ସମସ୍ୟା ଗୁଡିକର ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସଙ୍ଗଠନରେ ମଧ୍ୟ କୌଣସି ସିଦ୍ଧାନ୍ତ ଗଣତାନ୍ତ୍ରିକ ପଦ୍ଧତିରେ ହେଉ ନାହିଁ। ସଙ୍ଗଠନ ମୂଳ ଲକ୍ଷ୍ୟରୁ ଲକ୍ଷ୍ୟଚ୍ୟୁତ ହୋଇଥିବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି  ରାଜ୍ୟ ସଭାପତି ସୁକୁଲାଲ ମାର୍ଣ୍ଡି  ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ମୟୂରଭଞ୍ଜବାସୀଙ୍କ ପାଇଁ ସଂଗ୍ରାମ ଜାରି ରହିବ ନିଜର ଜାତି ଓ ମାଟି ପାଇଁ କାର୍ଯ୍ୟ କରିବେ, କୌଣସି ରାଜନୈତିକ ଦଳରେ ନ ରହି ସେ ନିଜ ଉଦ୍ୟମରେ ଲୋକଙ୍କ ପାଇଁ ସବୁବେଳେ ସାହାଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ।