Onn 3

ହିଞ୍ଜିଳାକାଟୁ କଲେଜରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗକୁ ଭିତ୍ତିହୀନ କହିଲା ଉଚ୍ଚ ଶିକ୍ଷା ବିଭାଗ

State

 

Hinjili-college

ଭୁବନେଶ୍ୱର: ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ସେକ୍ସ ରାକେଟ ଚାଲିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରର ଜବାବ ଦେଇ ଉଚ୍ଚଶିକ୍ଷା ବିଭାଗ ଆଜି ସ୍ପଷ୍ଟ କରିଛି ଯେ ତଦନ୍ତ ବେଳେ ଏଭଳି କାର୍ଯ୍ୟକଳାପର କୌଣସି ପ୍ରମାଣ ମିଳିନାହିଁ।

ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କଲେଜ ସମ୍ପର୍କିତ ଏକ ବେନାମୀ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨୦୨୩ ଡିସେମ୍ବର ୨୭ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ନିଯୁକ୍ତ କରି ତଦନ୍ତ କରାଇଥିଲା। ଯେଉଁଥିରେ ମହିଳା ଅଧିକାରୀଙ୍କ ଏକ ଟିମ୍ ମଧ୍ୟ ଥିଲେ।

ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଅଭିଯୋଗକୁ ଆଧାର କରାଯାଇଛି ତାର କୌଣସି ପ୍ରମାଣ ନାହିଁ। ତେଣୁ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ବେନାମୀ ଅଭିଯୋଗର କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଠାବ କରାଯାଇପାରୁନାହିଁ। କଲେଜର ଷ୍ଟାଫ୍ କାଉନସିଲ, ଆଲୁମିନି ଆସୋସିଏସନ, ଅଧ୍ୟାପକ, ଛାତ୍ରୀ ଓ ମହିଳା ହଷ୍ଟେଲର ବାସିନ୍ଦା ମାନେ ସେକ୍ସ ରାକେଟ ସମ୍ପର୍କୀତ ଖବରକୁ ଖଣ୍ଡନ କରିଛନ୍ତି। ଏବଂ ଏହା ବଦନାମ କରିବାକୁ ଅପପ୍ରୟାସ ବୋଲି କୁହଯାଇଛି।

ପ୍ରମାଣର ସମ୍ପୂର୍ଣ୍ଣ ଅଭାବ ଏବଂ ବିଭିନ୍ନ ଅଂଶୀଦାରଙ୍କ ଦୃଢ଼ ଅସ୍ୱୀକାରକୁ ଦୃଷ୍ଟିରେ ରଖି ବିଭାଗ କହିଛି ଯେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଏବଂ ଦୁର୍ଭାଗ୍ୟଜନକ। ଏହି ଭିତ୍ତିହୀନ ଦାବି କେବଳ ଏହି ସମ୍ମାନଜନକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ୁଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସେକ୍ସ ରାକେଟକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ଫଳରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ତେବେ ଉଚ୍ଚଶିକ୍ଷା ବିଭାଗର ତୁରନ୍ତ ତଦନ୍ତ ଓ ପରବର୍ତ୍ତୀ ସ୍ପଷ୍ଟୀକରଣ ଏହି ଭିତ୍ତିହୀନ ଗୁଜବକୁ ଦୂର କରିବା ସହ କଲେଜରେ ସେଭଳି କୌଣସି ବେଆଇନ୍ କାମ ହେଉନଥିବାକୁ ସ୍ପଷ୍ଟ କରିଛି।