Onn 3

ମୟୁରଭଞ୍ଜ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ

State
ମୋଟ 1701 ଗୋଟି ମାମଲା ଫଇସଲା
ବାରିପଦା(୯/୯) :  ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜ ଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଲୋକ ଅଦାଲତ ରେ ମୋଟ 8636ଗୋଟି ମାମଲା ମଧ୍ୟରୁ 1701 ଟି ମାମଲା ର ଆପୋଷ ବିଚାର ହୋଇ 5 କୋଟି
 64 ଲକ୍ଷ 43 ହଜାର 919 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡିଛି | ଜିଲ୍ଲା ଓ ଦୌରା ଜଜ ତଥା  ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ପ୍ରି ଲିଟିଗେଶନ ସମ୍ୱନ୍ଧୀୟ 7162 ଟି ମାମଲା ମଧ୍ୟରୁ 633 ଟି ବ୍ୟାଙ୍କ ଋଣ ଆଦାୟ ମାମଲା ଓ 05 ଟି ଅନ୍ୟାନ୍ୟ ବିବାଦୀୟ ଦେୱାନୀ ଏବଂ ଜମିଜମା ମାମଲା ଫଇସଲା କରାଯାଇ ମୋଟ 3 କୋଟି 53 ଲକ୍ଷ 90 ହଜାର 837ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି | ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ 1474  ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ 10 , ଏନ ଆଇ ଆକ୍ଟ ଧାରା 138 ଅନ୍ତର୍ଗତ   28 ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ସମ୍ଭନ୍ଧୀୟ 08ଟି, ମୋଟର ଯାନ ଦୁର୍ଘଟଣା ମାମଲା, 19 ଟି, ବୈବାହିକ ସମ୍ୱନ୍ଧୀୟ 2ଟି ରାଜସ୍ବ ମାମଲା 47 ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ମାମଲା  113 ଟିକୁ ମିଶାଇ ମୋଟ 1063 ଟି ମାମଲା ଫଇସଲା କରାଯାଇ ମୋଟ 2 କୋଟି 10 ଲକ୍ଷ  53 ହଜାର 082 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି | ଏହି ଦୁଇ ବର୍ଗର ମୋଟ  8636 ମାମଲା ମଧ୍ୟରୁ 1701 ଗୋଟି ମାମଲା ଫଇସଲା କରାଯାଇ ମୋଟ 5,64,43,919 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ସୂଚିତ ହୋଇଛି |
ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ ଙ୍କ ତତ୍ତ୍ଵlବଧାନ  ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋୖର୍ଟ ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି,ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଜଜ ଡ଼.ଦୀପକ ରଞ୍ଜନ ସାହୁ, ସିନିୟର ସିଭିଲ ଜଜ ଶ୍ରୀ ସୁଦାମ ଚରଣ ଦାସ, ସିନିୟର ସିଭିଲ ଜଜ ଶ୍ରୀମତୀ ପଲ୍ଲବୀ ରାଣୀ ସାହୁ,  ଅତିରିକ୍ତ ସିଭିଲ ଜଜ ଶ୍ରୀ କୈଳାଶ ସାହୁ ଦ୍ଵିତୀୟ  ଅତିରିକ୍ତ ସିଭିଲ ଜଜ  ଶ୍ରୀମତୀ ବିଶ୍ୱକଳ୍ପିତା ମହାନ୍ତି, ଏସ ଡି ଜେ ଏମ ଶ୍ରୀମତୀ ସୁବାସିନୀ ବେହେରା ଓ ଜେ ଏମ ଏଫ ସି ଜଜ ମିସେସ ଜରିନ ଖାନ ଙ୍କ ସମେତ   ଅନ୍ୟାନ୍ୟ ବିଚାର ବିଭାଗୀୟ  ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ରାଷ୍ଟ୍ରାୟତ/ଘରୋଇ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ | ଭାରପ୍ରାପ୍ତ ରେଜିଷ୍ଟ୍ରାର ଶ୍ରୀ କୈଳାଶ ସାହୁଙ୍କ ପରିଚାଳନା ରେ ଅନୁଷ୍ଠିତ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ସମସ୍ତଙ୍କ ସହଯୋଗ  ରେ ଶୃଙ୍ଖଳାର ସହିତ ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଥିଲା |