Onn 3

ଆଭାସି ମାଧ୍ୟମରେ ବାରିପଦାରେ ଲୋକାର୍ପିତ ହେଲା କାଗଜବିହୀନ ଅଦାଲତ

State

ବାରିପଦା: ଆଜି ତା ୩୦.୧୧. ୨୦୧୩ ରିଖ ଗୁରୁବାର ଦିନ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଏବଂ ଦୌରା ତଥା ସ୍ପେଶାଲ୍ ଜଜ୍ (ଭିଜିଲାନ୍ସ) ଅଦାଲତ ରେ କାଗଜବିହୀନ ଅଦାଲତର ଲୋକାର୍ପଣ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ଅଦାଲତକୁ ଆଭାସୀ ମାଧ୍ୟମରେ ସମ୍ମାନନୀୟ କାର୍ଯ୍ୟକାରୀ ପ୍ରଧାନ ବିଚାରପତି, ଓଡିଶା ହାଇକୋର୍ଟ, ଜଷ୍ଟିସ, ଡଃ ବି. ଆର. ଷଡ଼ଙ୍ଗୀ ଉଗ୍ଧତାନ କରିଥିଲେ । ଏହି ଆଭାସୀ ମାଧ୍ୟମରେ ସମ୍ମାନନୀୟ ଜଷ୍ଟିସ ତଥା ଅଧ୍ୟକ୍ଷ, ଆଇ.ଟି ଏବଂ ଏ. ଆଇ କମିଟି, ଶ୍ରୀ କେ. ଆର. ମହାପାତ୍ର, ସମ୍ମାନନୀୟ ଜଷ୍ଟିସ, ଓଡିଶା ହାଇକୋର୍ଟ, ଶ୍ରୀ ଏ. କେ. ମହାପାତ୍ର ମଧ୍ୟ ଯୋଡି ହୋଇ ଏହି ନୂତନ ଇ-ଅଦାଲତର ଶୁଭ ଉଦ୍ଘାଟନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଜଷ୍ଟିସ, ଡଃ ବି. ଆର. ଷଡ଼ଙ୍ଗୀ କହିଥିଲେ ଯେ ଏହି କାଗଜବିହୀନ ଅଦାଲତର ଆବଶ୍ୟକତା ଅନେକ ଥିବା ବେଳେ ସଦାହରଣ ନାଗରିକ ମାନଙ୍କ ପାଇଁ ଏହା ଏକ ଭବିଷ୍ୟତର ପଥ ପ୍ରଦର୍ଶକ ହେବ। ନୂତନ ଇ-ଅଦାଲତ ମାଧ୍ୟମରେ କୌଣସି କାଗଜ କଲମର ଆବଶ୍ୟକତା ନଥିବା ବେଳେ ଏହା ଅଦାଲତର କାର୍ଯ୍ୟଶୈଳୀକୁ ଆହୁରି ସ୍ୱଚ୍ଛତା ପୂର୍ଣ୍ଣ ଭାବେ ସମ୍ପାଦନା କରାଇବ। ଆଜିର ଏହି ଉଦ୍ଘାଟନୀ ସଭାରେ ଜିଲ୍ଲା ତଥା ଦୌରା ଜଜ୍ ଡଃ ଅରବିନ୍ଦ ପଟନାୟକ, ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ବାରିପଦା ଡ.ପ୍ରସନ୍ନ କୁମାର ପଣ୍ଡା, ରେଜିଷ୍ଟ୍ରାର୍, ସିଭିଲ୍ ଜଜ୍, ଶ୍ରୀ ଆଶିଷ କୁମାର ପରିଚ୍ଛା, ଭିଜିଲାନ୍ସ ଅଦାଲତର ପବ୍ଲିକ ପ୍ରସିକ୍ୟୁଟର, ଶ୍ରୀ ଶାନ୍ତନୁ କୁମାର ଦାଶ, ବାରିପଦାର ଆଇନଜୀବୀ, ଶ୍ରୀ କୈଳାଶ ଚନ୍ଦ୍ର ସାହୁ, ଶ୍ରୀମତୀ ସୁଜାତା ମିଶ୍ର, ଶ୍ରୀମତୀ ଚିନ୍ମୟୀ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଙ୍କ ସମେତ ମୟୁରଭଞ୍ଜ ଜିଲ୍ଲା ତଥା ଦୌରା ଅଦାଲତର ସମସ୍ତ କର୍ମଚାରୀ ଏବଂ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।