Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ପ୍ରଥମ ଦିନରେ ବହୁ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

State

ବାରିପଦା ୩୦/୧୧: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ପ୍ରଥମ ଦିବସରେ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ସାଂସ୍କୃତିକ ବିଭାଗର ପ୍ରତିଯୋଗିତା ଗୁଡ଼ିକରେ ଓଡ଼ିଆ, ଇଂରାଜୀ ଓ ସାନ୍ତାଳୀ ଭାଷାରେ ପ୍ରବନ୍ଧ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଆରେ ୧୦୮ ଜଣ ପ୍ରତିଯୋଗୀ ବେଳେ, ଇଂରାଜୀରେ ୧୦୨ ଜଣ ଓ ସାନ୍ତାଳୀରେ ୧୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସାଧାରଣଜ୍ଞାନ ପ୍ରତିଯୋଗିତାରେ ରେକର୍ଡ ସଙ୍ଖ୍ୟକ ୩୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେହିପରି ସଙ୍ଗୀତ ପ୍ରତିଯୋଗିତାରେ ୫୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଏ ସମସ୍ତ ପ୍ରତିଯୋଗିତା, କାର୍ଯ୍ୟକ୍ରମ ଅଧିକାରୀ ପଦାର୍ଥ ବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର ଡ. ସଂଘମିତ୍ରା ପ୍ରିୟଦର୍ଶିନୀ ସାହୁ ଓ ଅର୍ଥନୀତି ବିଭାଗର ପ୍ରଫେସର ଡ. କବିତା କୁମାରୀ ସାହୁଙ୍କ ମାର୍ଗଦର୍ଶନରେ ପରିଚାଳିତ ହୋଇଥିଲା । ଏଥିରେ ଡ. ବିଚିତ୍ରନାଥ ସାହୁ, ଡ. ଶକ୍ତିଶଙ୍କର ଦଣ୍ଡପାଟ, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ମୋନାଲି ଗୋସ୍ୱାମୀ, ଡ. ଭୁବନେଶ୍ୱର ଶବର, ଡ. ପ୍ରିୟଙ୍କା ଦାସ, ଡ. ଶାନ୍ତିସ୍ୱରୁପ ବସା, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ଅଶୋକ କୁମାର ମଲ୍ଲିକ, ଡ. ସୀତାରାମ ଦାସ, ରାଜକୁମାର ପାତ୍ର, ଡ. ବିନ୍ଦେଶ୍ୱରୀ କଲିଆ, ଡ. କୁକୁ ମହାପାତ୍ର, ଡ. ଭୋଳାନାଥ ଦାସ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ଦୀର୍ଘ ତିନିଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ତର୍କ ପ୍ରତିଯୋଗିତା, ଝୋଟି, ଚିତ୍ରାଙ୍କନ, ନୃତ୍ୟ, ଏକକ ଅଭିନୟ, ଫଟୋଗ୍ରାଫି ଆଦି ବହୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୬ ତାରିଖଠାରୁ ଖେଳ ପର୍ଯ୍ୟାୟରେ ନାନାଦି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ।