Court Order 1 1 750x430

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ ଆର୍ଥିକ ଦଣ୍ଡାଦେଶ ସମେତ କାରାଦଣ୍ଡ

State

ବାରିପଦା: ଆଜି ଏକ ଚେକ ବାଉନ୍ସ ମମଲାର ବିଚାର କରି ମାନ୍ୟବର ସବ ଡିଭିଜନାଲ ମାଜିଷ୍ଟ୍ରେଟ(ଏସ ଡି ଜେଏମ) ବାରିପଦା ସୁବାସିନୀ ବେହେରା ଅଭିଯୁକ୍ତ ମୟୁରଭଞ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ସ୍ୱରୂପଭିଲା ଅଞ୍ଚଳର ଶୀବବ୍ରତ ପଣ୍ଡା ଙ୍କୁ ଏକ ବର୍ଷ ଜେଲଦଣ୍ଡ ସମେତ ୪,୭୪,୯୮୬(ଚାରି ଲକ୍ଷ ଚଉସ୍ତରୀ ହଜାର ନଅ ଶହ ଛୟାଅଶି) ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି । ସୂଚନା ଯୋଗ୍ୟ କି ଅଭିଯୁକ୍ତ ଶୀବବ୍ରତ ପଣ୍ଡା ମୟୁରଭଞ କେନ୍ଦ୍ର ସମବାୟ ବ୍ୟାଙ୍କ ବାରିପଦା ଶାଖାରୁ ଏକ ଲକ୍ଷ ଟଙ୍କା ବ୍ୟବସାୟିକ ଲୋନ ନେଇଥିଲେ । ଏ ବାବଦରେ ରୁଣ ସୁଝିବାକୁ ୨,୩୭,୪୯୩ ଟଙ୍କାର ଏକ ଚେକ ବ୍ୟାଙ୍କ କୁ ପ୍ରଦାନ କରିଥିଲେ । ଏହି ଚେକ ଟି ବାଉନ୍ସ ହୋଇଯିବାରୁ ମୟୁରଭଞ କେନ୍ଦ୍ର ସମବାୟ ବ୍ୟାଙ୍କ ବାରିପଦା ଶାଖାର ମ୍ୟାନେଜର ଏସଡିଜେଏମ ବାରିପଦା ଙ୍କ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ଏ ବାବଦରେ କୋର୍ଟରେ କେସ ନମ୍ବର ଆଇସିସି ନମ୍ବର ୨୦/୨୩/୨୦୨୪ ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ସମସ୍ତ ସାକ୍ଷ୍ୟ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସ କୁ ବ୍ୟାଙ୍କ ତରଫରୁ ଆଇନଜିବୀ ବଟକୃଷ୍ନ ପାଢୀ ପରିଚାଳନା କରୁଥିଲେ ।