କଟକ : ଗତ ମଙ୍ଗଳବାର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟ ( ଜେକେବିକେ) ରେ ସମ୍ବିଧାନ ଦିବସ ପାଳନ ଉଦ୍ଦେଶ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜଗଦିଶ ଚନ୍ଦ୍ର ଜେନା ଯୋଗଦେଇ ସମ୍ବିଧାନ କେବେ ପ୍ରଣୟନ ହେଲା, ସମ୍ବିଧାନରେ ସମସ୍ତ ପାଇଁ ସମାନ ଅଧିକାର, ସମ୍ବିଧାନରେ ଥିବା ମାଗଣା ଆଇନ୍ ସେବା ପ୍ରାଧିକରଣ ମଧ୍ୟରେ କିପରି ପାଇବେ ତାହା ଛାତ୍ର ଛାତ୍ରୀଙ୍କୁ ଅବଗତ କରିଥିଲେ।
ପ୍ରଥମେ ମହାବିଦ୍ୟାଳୟର ପିନ୍ ସିପାଲ୍ ଶ୍ରୀମତୀ ଅନୁଜା ମହାପାତ୍ର ସ୍ୱାଗତ ଭାଷଣ ସହିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ସମ୍ବିଧାନ ଉତ୍ସବରେ ପ୍ୟାନେଲ ଲୟର ଶ୍ରୀଯୁକ୍ତ ବିଜୟ ପଣ୍ଡା ଆଇନ୍ ଗତ ଅଧିକାର ସମ୍ବିଧାନରେ ଥିବା ବିଷୟରେ ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିଲେ।
ଏହି ଅବସରରେ ଡେପୁଟି ଡିଫେସ୍ କାଉନସିଲ୍ ଶ୍ରୀମତୀ ବିଦ୍ୟୁତ ଲତା ମହାନ୍ତି ଉପସ୍ଥିତ ହୋଇ ଆଇନ୍ ର ବିଭିନ୍ନ ଦିଗ, ମହିଳା ମାନଙ୍କ ପାଇଁ ଆଇନ୍ ରେ ଥିବା ମାଗଣା ଆଇନ୍ ସେବା ବିଷୟରେ ବୁଝାଇବା ସହିତ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୁତା ପ୍ରତିଯୋଗିତା ହୋଇଥିଲା, ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ସଚିବଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଗଲା। ଅଧ୍ୟାପିକା ଶ୍ରୀମତୀ ଦେବୀଦତ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ପି ଏଲ୍ ଭି ଲୋକନାଥ ଶତପଥୀ ଓ ପି ଏଲ୍ ଭି ଅଖୟ ନାୟକ ଉପସ୍ଥିତ ଥିଲେ।