Aaaa 669x430

ବିଜେପିରେ ମମତା ଯୋଗ ଦେବା ପରେ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ

Politics State

ଭୁବନେଶ୍ୱର: ଗତକାଲି ବିଜେଡି ଦଳ ସହ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ସାଂସଦ ମମତା ମହାନ୍ତ | ଆଜି ସେ ବିଜେପିରେ ଯୋଗ ଦେବା ପରେ କହିଛନ୍ତି ଯେ ବିଜୁ ଜନତା ଦଳରେ ମୋର ଆବଶ୍ୟକତା ପଡୁନି | ସେଥିପାଇଁ ଲୋକଙ୍କ ସେବା କରିବା ପାଇଁ ବିଜେଡି ଛାଡ଼ିଲି | ଆଜି ମୁଁ ବିଜେପିରେ ସାମିଲ ହେଲି | ଆମର ପ୍ରଧାନମନ୍ତ୍ରୀଙ୍କ ବିଚାରଧାରାରେ ମୁଁ ଅନୁପ୍ରାଣିତ ହୋଇଛି | ସବକା ସାଥ ସବକା ବିକାଶ ନାରାରେ ବିଶ୍ୱାସ କରି ମୁଁ ବିଜେପିରେ ଯୋଗ ଦେଇଛି | ଅନ୍ୟପଟେ ବିଜେଡି ପକ୍ଷରୁ କୁହାଯାଇଛି ଯେ ରାଜ୍ୟସଭା ସଦସ୍ୟ ମମତା ମହନ୍ତ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦଳ ଛାଡିଛନ୍ତି ।
ନବୀନ ସରକାର ମହିଳାମାନଙ୍କ ବିକାଶ ପାଇଁ ମମତାଙ୍କ ଉପରେ ବିଶ୍ୱାସ କରିଥିଲେ, ଜିଲ୍ଲା ପରିଷଦର ସଭ୍ୟା ପରେ ତାଙ୍କୁ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦେଇଥିଲେ ଏବଂ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ବିଜେପିର ପ୍ରଲୋଭାନରେ ପ୍ରଲୋଭିତ ହୋଇଛନ୍ତି ମମତା । ଯଦି ନିଜ ଦଳ ତାଙ୍କୁ ସୁଯୋଗ ଦେଉନି ଆଉ ନିଜର କମୁନିଟିପାଇଁ ଯେଉଁ କଥା କହୁଛନ୍ତି ତାହା ମିଛ । ଯଦି ଏହା ସତ ତେବେ ସେ ଖାଲି ଦଳ ଛାଡ଼ିଥାନ୍ତେ ହେଲେ ନିଜ ରାଜ୍ୟସଭା ପଦକୁ ବିଜେପି ହାତକୁ ସେ ଟେକିଦେଲେ । ସେ ଖାଲି ବିଜେଡିକୁ ନୁହେଁ ପୁରା ମୟୂରଭଞ୍ଜବାସୀଙ୍କୁ ଧୋକା ଦେଇଛନ୍ତି । ଆଗାମୀ ଦିନରେ ଏହାର ଜବାବ ଦେବେ ମୟୂରଭଞ୍ଜବାସୀ । ଏହା ରାଷ୍ଟ୍ରୀୟ ଦଳର ଏକ ଷଡ଼ଯନ୍ତ୍ର । ତାଙ୍କ ବିନା ବିଜେଡିର କୌଣସି ସମସ୍ୟା ହେବନି । ମମତା ତାଙ୍କ ଇସ୍ତଫା ପତ୍ରରେ ଯେଉଁ କାରଣ ଲେଖିଛନ୍ତି ତାହା ନିନ୍ଦନୀୟ ।