Rew

ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ତା- ୨୦ -୩- ୨୦୧୯ ମସିହାରେ ମୟୁରଭଞ ଜିଲା ବାରିପଦା ସଦର ଥାନା ଅଞ୍ଚଳରେ ରେ ଜନୈକା ଭିନ୍ନକ୍ଷମ ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ କୁଣ୍ଡଳବଣୀ ଗ୍ରାମର ଦେଭା ଏଲିଏସ ମହାଦେବ ସିଂ(୪୦) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬(୨)(ଆଇ) ଅଫ ଆଇପିସି ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପିଡିତା ଙ୍କ ପିତା ଙ୍କ ପକ୍ଷରୁ ବାରିପଦା ସଦର ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୨୬-୬-୨୦୧୯ ରିଖ ଦିନ ପାଖାପାଖି ଦିନ ୧୨ ଟା ସମୟରେ ତାଙ୍କ ଭିନ୍ନକ୍ଷମ ନାବାଳିକା ଝିଅ ଘର ପାଖରେ ବୁଲୁଥିବା ସମୟରେ ଅଭିଯୁକ୍ତ ମହାଦେବ ସିଂ ତାକୁ ବଳପୂର୍ବକ ଉଠାଇନେଇ ତା ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହି ସମୟରେ ପିଡୀତା ର ପାଟି ଶୁଣି ତାର ପିଉସୀ ତାକୁ ସେଠାରୁ ଉଦ୍ଧାର କରିଥିଲେ । ମାତ୍ର ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏ କଥା ପିଡୀତା ର ପିତା ଜାଣିବାପରେ ଉକ୍ତ ଦିନ ରାତ୍ରୀ ରେ ତାଙ୍କ ଗ୍ରାମରେ ଏକ ବୈଠକ ଡାକିଥିଲେ । ମାତ୍ର ଅଭିଯୁକ୍ତ ଉକ୍ତ ବୈଠକ କୁ ଆସିନଥିଲା । ଫଳରେ ପରିବାରବର୍ଗ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏ ବାବଦରେ ବାରିପଦା ସଦର ଥାନାରେ କେସ ନମ୍ବର ୬୧/୨୮-୬-୨୦୧୯ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ତହିଁ ପରଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୨୧ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।