Onn 3

ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ସାକ୍ଷାତ ପରେ ସଦର ନିର୍ବାଚନ ମଣ୍ଡଳୀ ଚଳଚଞ୍ଚଳ

State

ନିଶ୍ଚିନ୍ତକୋଇଲି: କଟକ ସଦର ନିର୍ବାଚନ ମଣ୍ଡଳୀର ବିଜେଡ଼ି ସମର୍ଥିତ ଜନପ୍ରତିନିଧି , ବିଜେଡ଼ି ଦଳ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏବଂ ବହୁ ଛାମୁଆ କର୍ମୀ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ଅଧ୍ୟକ୍ଷଙ୍କ ଆଲୋଚନାକୁ ନେଇ କର୍ମୀମାନଙ୍କ ପ୍ରଚାର ପରେ ନିର୍ବାଚନ ମଣ୍ଡଳୀ ରେ ତତ୍ପରତା ଦେଖାଦେଇଛି । କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ସମର୍ଥିତ ଓ ପଞ୍ଚାୟତ ଜନପ୍ରତିନିଧି ଗଣ ସୌଜନ୍ୟମୂଳକ ସାକ୍ଷାତ କରିବା ପରେ ସଦର ନିର୍ବାଚନ ମଣ୍ଡଳୀ ବିଭିନ୍ନ କ୍ଷେତ୍ରରେ ବିକଶିତ ହେଉଥିବା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ଉନ୍ନତିକରଣ ପାଇଁ ୨୩କୋଟି ଏବଂ ପରମହଂସ ମନ୍ଦିର ଉନ୍ନତିକରଣ ପାଇଁ ୧୩କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା ବେଳେ ପ୍ରତ୍ୟେକ ବିଦ୍ୟାଳୟ, ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ବିକାଶ କରାଯାଇଛି ।

ବିଶେଷ କରି ଦୀର୍ଘ ଦିନ ହେବ ବିଧାୟକ ଦାବି କରିଆସୁଥିବା ମହାନଦୀ ଉପରେ ୧୪୪.୧୦ କୋଟି ଟଙ୍କା ଅନୁଦାନରେ ସିର୍ଲୋ ସାହୁକ୍ଷେତ ସେତୁ , ଚିତ୍ରୋତ୍ପଳା ନଦୀ ଉପରେ ଜନାର୍ଦ୍ଦନପୁର ଶନି ମନ୍ଦିର ନିକଟରେ ୭୧.୨୦ କୋଟି ଟଙ୍କାର ଏବଂ ପାଳଦା ଦୁଦୁରା କଅଁପୁର ନିକଟରେ ଚିତ୍ରୋତ୍ପଳା ନଦୀ ଉପରେ ୩୫.୮୨ କୋଟି ଟଙ୍କାରେ ୩ଟି ପୋଲ ଏବଂ ମହାନଦୀର ଡ଼ାହାଣ ପାଶ୍ୱର୍ ନଦୀବନ୍ଧ ଓ ଚିତ୍ରୋତ୍ପଳାର ଡ଼ାହାଣ ପାଶ୍ୱର୍ ନଦୀବନ୍ଧ ଉନ୍ନତିକରଣ ନିମନ୍ତେ ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଯୋଗାଇ ଦିଆଯାଇ ଟେଣ୍ଡର କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି ଏବଂ ବିଗତ ଦିନରେ ମଧ୍ୟ ଆହୁରି ଅନେକ କାର୍ଯ୍ୟ ତାଙ୍କ ମାଧ୍ୟମରେ କରାଯିବ ବୋଲି ଉକ୍ତ ଆଲୋଚନାରେ ଅଧ୍ୟକ୍ଷ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ । ଆଗାମୀ ନିର୍ବାଚନରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କଟକ ସଦର ବାସୀ କୁ ତୃଣମୂଳ ସ୍ତରରେ ସଂଗଠନ କରି ବିଜେଡ଼ି ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ସମସ୍ତ କର୍ମୀମାନେ ଏକଜୁଟ ହୋଇ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସହିତ ଆଲୋଚନା ପରେ ସମସ୍ତ ଜନପ୍ରତିନିଧି ଓ କର୍ମୀମାନେ ଉତ୍ସାହିତ ହୋଇଥିଲାବେଳେ ସଦର ନିର୍ବାଚନ ମଣ୍ଡଳୀ ଏହି ଖବର ପାଇ ଚଳଚଞ୍ଚଳ ହୋଇ ଉଠିଛି । ଯେଉଁମାନେ ସଦର ବିଧାୟକ ଓ ବିଜେଡ଼ି ଦଳରୁ ମୁହଁ ଫେରାଉଥିଲେ ସେମାନେ ମଧ୍ୟ ପୁର୍ନବାର ଦଳୀୟ ସଂଗଠନରେ ଲାଗି ପଡ଼ିଥିବା ଦେଖାଦେଇଛି । ଅଧ୍ୟକ୍ଷଙ୍କ ଏହି କେହିପଦ ଆଲୋଚନାରେ କର୍ମୀମାନେ ଆଗାମୀ ନିର୍ବାଚନ ପାଇଁ ଜୋରଦାର ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ଜଣାଯାଇଛି ।