Onn 3

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ଜିଏମ୍ ପୋର୍ଟାଲ କର୍ମଶାଳା

State

ବାରିପଦା : ନୂତନ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଗେଇବାପାଇଁ ଏବଂ ସମ୍ପୂର୍ଣ୍ଣ ଦେଶରେ ପେପର ବିହୀନ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ଗଭର୍ନମେଣ୍ଟ ଇ ମାର୍କେଟପ୍ଲେସ୍ (ଜିଏମ୍)। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ଜିଲ୍ଲାର ସମସ୍ତ ଉଠାଣ ଏବଂ ବିତରଣ ଅଧିକାରୀ ମାନଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେର ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଜିଏମ୍ ପୋର୍ଟାଲର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ଶ୍ରୀବାସ୍ତବ ଏହି କର୍ମଶାଳାକୁ ଆସିଥିବା ସମସ୍ତ ଅଧିକାରୀ ଏବଂ ବିଭିନ୍ନ ସରକାରୀ ବିଭାଗର ଆର୍ଥିକ ବ୍ୟବସ୍ଥା ସହିତ ଜଡିତ ପ୍ରତିନିଧି ମାନଙ୍କୁ ଏହି କର୍ମଶାଳାରେ ପାୱାରପଏଣ୍ଟ ମାଧ୍ୟମରେ ଜିଏମ୍ ପୋର୍ଟାଲ ର କାର୍ଯ୍ୟକାରିତା ଏବଂ ଏହାର ଭବିଷ୍ୟତ ବିଷୟରେ ଅବଗତ କରାଇଥିଲେ।

ଏହି କର୍ମଶାଳାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା ସମସ୍ତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହିତ କିଭଳି ଭାବରେ ଜିଏମ୍ ପୋର୍ଟାଲ– ଯାହା ଏକ ଶତପ୍ରତିଶତ ସରକାରୀ ମାଲିକାନା ଏବଂ ଜାତୀୟ ସାର୍ବଜନୀନ କ୍ରୟ ପୋର୍ଟାଲ୍ବି ଏବଂ ଭିନ୍ନ ସାମଗ୍ରୀ ପାଇଁ ଉତ୍ସର୍ଗୀକୃତ ଇ ବଜାର, ତାହାକୁ ବ୍ୟବହାର କରିବା ନେଇ ବିଶଦ ଆଲୋଚନା କରିଥିଲେ ଏବଂ ଆଲୋଚନା ଚକ୍ରରେ ଭାଗ ନେଇ ଥିବା ସମସ୍ତ ଅଧିକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି କର୍ମଶାଳାରେ, ଶ୍ରୀ ଶ୍ରୀବାସ୍ତବ କାଗଜହୀନ, ନଗଦବିହୀନ ଏବଂ ସିଷ୍ଟମ୍ ଚାଳିତ ଇ-ମାର୍କେଟ୍ରେ କିଭଳି ସରକାରୀ କାର୍ଯ୍ୟ କରିହେବ ଏ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ସୂଚନା ଥାଉକି, ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ଏଜେନ୍ସି ଦ୍ୱାରା ସାମଗ୍ରୀ ଏବଂ ସେବା କ୍ରୟକୁ ସୁଗମ କରିବା ପାଇଁ ଜିଏମ୍ ପୋର୍ଟାଲ– ଯାହାଏକ ଟେକ୍ନୋଲୋଜି ଚାଳିତ ପ୍ଲାଟଫର୍ମ ସ୍ଥାପନ କରିବାକୁ ଘୋଷଣା କରିଥିଲେ ଏବଂ ଜିଏମ୍ ହେଉଛି ଏକ ସଂପୂର୍ଣ୍ଣ କାଗଜହୀନ, ନଗଦବିହୀନ ଏବଂ ସିଷ୍ଟମ୍ ଚାଳିତ ଇ-ମାର୍କେଟ୍ ସ୍ଥାନ ଯାହା ସର୍ବନିମ୍ନ ମାନବ ଇଣ୍ଟରଫେସ୍ ସହିତ ସାଧାରଣ ବ୍ୟବହାର ସାମଗ୍ରୀ ଏବଂ ସେବା କ୍ରୟକୁ ସକ୍ଷମ କରିଥାଏ । ଏହି କର୍ମଶାଳାରେ ସମସ୍ତ ଜିଲ୍ଲା, ଉପଖଣ୍ଡ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଥିବାର ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।