Onn 3

ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

State

ବାରିପଦା: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମୟୂରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ,2023( ଜିଲ୍ଲା ବିଜ୍ଞାନ ମେଳା )ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ରାଜ୍ୟ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ବିଭିନ୍ନ ବୈଜ୍ଞାନିକ ମାନଙ୍କର ଉଦାହରଣ ଦେଇ ପିଲାମାନଙ୍କୁ ତାଙ୍କ ପଥ ଅନୁସରଣ ପାଇଁ ପ୍ରେରଣା ଦେଇଥିଲେ l ମୁଖ୍ୟଵକ୍ତା ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି ଉପସ୍ଥିତ ସମସ୍ତ କୁନି ବୈଜ୍ଞାନିକ ଚିନ୍ତାଧାରାର ବିକାଶ ତଥା ସୁପ୍ତ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଉତ୍ସାହିତ କରିବା ସହିତ ଜିଲ୍ଲାସ୍ତରରୁ ଶ୍ରେଷ୍ଠ ବିବେଚିତ ପାଞ୍ଚଟି ପ୍ରକଳ୍ପ ଆସନ୍ତା ଜାନୁୟାରୀ ମାସରେ ମୟୂରଭଞ୍ଜ ଜିଲ୍ଲା ରେ ବାରିପଦାସ୍ଥିତ ଏମ.କେ.ସି. ହାଇସ୍କୁଲ ରେ ହେବାକୁ ଥିବା ରାଜ୍ୟସ୍ତରରେ ଯେପରି ସଫଳତାକୁ ଦେହରାଇ ଜିଲ୍ଲାର ଗୌରବ ବୃଦ୍ଧି କରିବେ ସେଥିପାଇଁ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ l ସମ୍ମାନିତ ଅତିଥିଭାବେ କପ୍ତିପଦା ବ୍ଲକ ଚେୟାରମ୍ୟାନ କାହ୍ନୁଚରଣ ସୋରେନ ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରକଳ୍ପର ନିର୍ମାଣ କୌଶଳ ଏବଂ ବୈଜ୍ଞାନିକ ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ବୋଲି କହିଥିଲେ l ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବିପିନ୍ନ ସିଂ ବଦ୍ରା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟ ସାଧନ, ଆତ୍ମବିଶ୍ୱାସ, ସୃଜନଶୀଳତା ଓ ଏକ ସୁନ୍ଦର ସ୍ବପ୍ନ ସେମାନଙ୍କୁ ଭବିଷ୍ୟତରେ ଶ୍ରେୟ ଆଣିଦେବ ବୋଲି କହିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏକାଗ୍ରତା, ନିଷ୍ଠା, ମନୋବଳ ଆଦି ସଫଳତାର ଚାବିକାଠି ବୋଲି ଉଲ୍ଲେଖ କରି ପିଲାମାନଙ୍କୁ ପ୍ରେରଣା ଦେଇଥିଲେ l

ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚର୍ଯ୍ୟ ପ୍ରଦର୍ଶନୀର ଉଦ୍ଦେଶ୍ୟ ଓ ବିବରଣୀ ପ୍ରଦାନ କରିଥିଲେ l ଅତିଥିପରିଚୟ ତଥା ସଂଯୋଜନା ରଞ୍ଜନ କୁମାର ନନ୍ଦ ଓ ଧନ୍ୟବାଦ ଅର୍ପଣ ଜିଲ୍ଲା ବାଲ ବୈଜ୍ଞାନିକ ପ୍ରଦର୍ଶନୀ ର ସଂଗଠନ ସଂପାଦକ ତଥା ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଙ୍ଗରାୟ ମୁର୍ମୁ କରିଥିଲେ lଅନ୍ୟମାନେ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ପ୍ରଶାନ୍ତ କୁମାର ମହାନ୍ତି ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ବାଙ୍ଗରିପୋଷୀ ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର,କପ୍ତିପଦା ବ୍ଲକ ଶିକ୍ଷା ଅଧିକାରୀ ଦୀପକ ମିଶ୍ର,ଉଦଳା ବ୍ଲକ ଶିକ୍ଷା ଅଧିକାରୀ ନୀତିଶ କୁମାର ଘୋଷ,ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅମିତାଭ ମିଶ୍ର, ସୁଦର୍ଶନ ପଣ୍ଡା, ନଳୀନ କୁମାର ଚୌଧୁରୀ, ବେଣୁଧର ଚାନ୍ଦ, ଜଗନ୍ନାଥ ସାହୁ ତଥା ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ ଏବଂ କପ୍ତିପଦା ଓ ଉଦଳା ଉଭୟ ବ୍ଲକର ସମସ୍ତ ଏବିଇଓ, ସିଆରସିସି,ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସମଗ୍ର ଶିକ୍ଷା ଜିଲ୍ଲା ର ପେଡାଗୋଜି ସଂଯୋଜକ ଶୈଳବାଳା ବେହେରା, ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକ, ବିଜ୍ଞାନ ମେଳାର ଟିମର ସମସ୍ତ ସଦସ୍ୟ, କପ୍ତିପଦା ହାଇସ୍କୁଲ ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଧପୁର ର ବିଜ୍ଞାନଶିକ୍ଷକ ତଥା ଜିଜ୍ଞାସା ଜିଲ୍ଲା ମାଷ୍ଟରଟ୍ରେନର ସୁବ୍ରତ କିଶୋର ଆଚାର୍ଯ୍ୟଙ୍କ ସହଯୋଗରେ ଜିଜ୍ଞାସା ପ୍ରଦର୍ଶନୀ ତଥା ବେତନଟୀ ଗୋରୁଡ଼ବସା ଓଡିଶା ଆଦର୍ଶ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଦୀପକ ସାରଙ୍କ ସହଯୋଗରେ ବିଜ୍ଞାନ ଭିତ୍ତିକ ସେଲ୍ଫି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହେବ l ଆଜିର କାର୍ଯ୍ୟକ୍ରମ ରେ ଅପରାହ୍ନ ଓ ସନ୍ଧ୍ୟା ଅଧିବେଶନରେ ବିଜ୍ଞାନ କୁଇଜ, ବିଜ୍ଞାନ ସ୍ଲୋଗାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l