Onn 3

ଆଦର୍ଶ ଶିକ୍ଷୟତ୍ରୀ ସ୍ବର୍ଣ୍ଣଲତା ପଣ୍ଡାଙ୍କ ପରଲୋକ

State

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ତଥା ସେହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ପଞ୍ଚାନନ ପଣ୍ଡାଙ୍କ ସହଧର୍ମିଣୀ ସ୍ବର୍ଣ୍ଣଲତା ପଣ୍ଡା ଗତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ସେ ଜଣେ ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ , ସମୟାନୁବର୍ତ୍ତୀ ଶିକ୍ଷୟତ୍ରୀ ଥିଲେ I ତାଙ୍କ ଶିକ୍ଷକତା ଭିତରେ ସେ ସୃଷ୍ଟି କରିଛନ୍ତି ଅନେକ ଛାତ୍ର ଯେଉଁମାନେ ଆଜି ସମାଜରେ ବିଭିନ୍ନ ପଦପଦବୀରେ ଅଛନ୍ତି I

୮୦ ବୟସରେ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସତ୍ୟ ପ୍ରକାଶ ପଣ୍ଡା, ପୁତ୍ରବଧୂ ଆରାଧନା ପଣ୍ଡା, ଝିଅ ସଂଘମିତ୍ରା ପଣ୍ଡା, ପୁରବୀ ପଣ୍ଡା, ଜ୍ୱାଇଁ ଶିକ୍ଷକନେତା ବିମଳ କୁମାର ଆଚାର୍ଯ୍ୟ, ଆଶିଷ କୁମାର ଆଚାର୍ଯ୍ୟ ଓ ନାତି ଦୀକ୍ଷାନ୍ତ ପଣ୍ଡା ଉପସ୍ଥିତ ଥିଲେ I