Onn 3

ସହର ଭିତରେ ହାତୀ ଲୋକଙ୍କୁ ସତର୍କବାଣୀ

State

ବାରିପଦା: ବାରିପଦା ସହର ଭିତରକୁ ପଶିଆସିଛି ହାତୀ । ଯାହାକି ସହରବାସୀ ଙ୍କୁ ଆତଙ୍କିତ କରିଅଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ପାଖାପାଖି ୩ ଟା ସମୟରେ ଏକ ଅଳ୍ପବୟସର ହାତୀ ଟି ବାରିପଦା ସହର ଭିତର ଏମ କେସି ହାଇସ୍କୁଲ କୁ ପଶିଆସିଥିଲା ।ଏହି ସମୟରେ ଉକ୍ତ ହାଇସ୍କୁଲ ଭିତରେ ଥିବା ହଷ୍ଟେଲ ର ଛାତ୍ର ମାନେ ହାତୀଟିକୁ ଦେଖିଥିଲେ । ଏହାପରେ ବନ ବିଭାଗ କୁ ଖବର ଦିଆଯାଇଥିଲା । ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସକାଳୁ ପ୍ରାତଃଭ୍ରମଣ ରେ ବାହାରିଥିବା ଲୋକମାନଙ୍କୁ ସତର୍କ କରାଇବା ସାଙ୍ଗକୁ ଉକ୍ତ ସ୍କୁଲ ଦେଇ ଯାଇଥିବା ରାସ୍ତାକୁ ସିଲ କରିଥିଲେ । ଏଥି ସହିତ ବିଦ୍ୟୁତ ବିଭାଗ କୁ ଖବର ଦିଆଯାଇ ଉକ୍ତ ଅଞ୍ଚଳରେ ବିଦ୍ୟୁତ ଲାଇନ ର ସଂଯୋଗୀକରଣ କୁ ବିଛେଦ କରାଯାଇଥିଲା । ବନବିଭାଗ ସହିତ ପୋଲିସ ମଧ୍ୟ ସହଯୋଗ କରିଥିଲେ ।

ହାତୀଟି ସ୍କୁଲ ର ଏକ ଗେଟ କୁ ଭାଙ୍ଗିଦେଇଥିବାବେଳେ ସ୍କୁଲ ର ପାଚେରୀ କୁ ମଧ୍ୟ ଭାଙ୍ଗି ଦେଇଛି । ହାତୀ ଟିକୁ ବନବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ସହର ଭିତର ଦେଇ ସୁରକ୍ଷିତ ଭାବେ ଘଉଡାଇ ବଳଙ୍ଗ ନଦୀ ପାଇକରାଇ ଶିମିଳିପାଳ ନିକଟସ୍ଥ ସାନଶୋଳ ଜଙ୍ଗଲ ନିକଟରେ ଛଡାଯାଇଥିଲା । ହାତୀଟି ଉପରେ ବନବିଭାଗ ପକ୍ଷରୁ ନଜର ରଖାଯାଇଅଛି । ସୂଚନା ଯୋଗ୍ୟକି ପୂର୍ବରୁ ମଧ୍ୟ ବାରିପଦା ସହର ଭିତରକୁ ଶିମିଳିପାଳ ଜଙ୍ଗଲରୁ ହାତୀ ପଶିଆସି ଅନେକ କ୍ଷୟ କ୍ଷତି କରିବାସହ ଲୋକ ମାନଙ୍କୁ ଗୁରୁତର ଆହାତ କରିବା ସହ ସହରର ଜାତୀୟ ରାଜପଥ ନିକଟରେ ଥିବା ଏକ ବିଲ ମଧ୍ୟରେ ହାତୀ ଏକ ମଣିଷକୁ ମାରଥିବାର ନଜିର ରହିଅଛି ।