Onn 3

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

State

ନିଶ୍ଚିନ୍ତକୋଇଲି :ନତକାଇ ସ୍ଥିତ ବଲ୍ଲଭୀଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ କ୍ରମେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟକଙ୍କ ତତ୍ତ୍ୱାବଧାନରେ +୨ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମ ପରିଚାଳକ ଅଧ୍ୟାପକ ସୁବ୍ରତ କିଶୋର ସ୍ୱାଇଁଙ୍କ ପୌରହିତ୍ୟରେ ଉକ୍ତ ଶିବିରକୁ ଅଧ୍ୟକ୍ଷା ନିବେଦିତା ଦାଶ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଅଧ୍ୟାପିକା ଡ଼ଃ.ରୀତା ଷଢଙ୍ଗୀ, ନିରୂପମା ସ୍ୱାଇଁ, ପ୍ରଭାତୀ ଭୂୟାଁ, ସୁପ୍ରଭା ଜେନା, ସବିତା ସାମଲ, କ୍ଷୀରୋଦ ନନ୍ଦ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନେ ବିଭିନ୍ନ ବିପଦ ସମୟରେ ଆତ୍ମସୁରକ୍ଷା ପାଇଁ କିଭଳି କାର୍ଯ୍ୟ କରିପାରିବେ ସେ ନେଇ ଆଲୋକପାତ କରିଥିଲେ ।

ଏଥ୍‌ôରେ ପ୍ରଶିକ୍ଷିକା ଭାବେ ଭାଗ୍ୟଲକ୍ଷ୍ମୀ ପଣ୍ଡା ଓ ଶୁଭ୍ରା ସଂଗୀତା ମଲିକ ନିୟୋଜିତ ହୋଇଛନ୍ତି । ଏହି ଶିବିରରେ ମୋଟ ୨୩୩ ଜଣ ଛାତ୍ରୀଙ୍କୁ ୮ଟି ଗ୍ରୁପରେ ଭାଗ କରାଯାଇ ପର୍ଯ୍ୟାୟ କ୍ରମେ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଅଧ୍ୟାପକ ସୁପ୍ରିୟା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।