Onn 3

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମନ୍ଦିର ସଫେଇ ଓ ଦୀପ ଦାନ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତଶାସନ ସ୍ଥିତ ମା’ ହରଚଣ୍ଡୀ ବରିଷ୍ଠ ମଞ୍ଚ ପକ୍ଷରୁ ସ୍ଥାନୀୟ ହରଚଣ୍ଡୀ ମନ୍ଦିରରେ ଯଥାରୀତି ପୂଜାର୍ଚ୍ଚନା ଓ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଦୀପଦାନ ସହିତ ମନ୍ଦିର ପରିସରକୁ ସଫେଇ ମଧ୍ୟ କରାଯାଇଥିଲା । ସଂଘର ସଭାପତି ଶରତଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ସଭ୍ୟ ପ୍ରତାପ କିଶୋର ମହାନ୍ତି ଓ ଶିବପ୍ରସାଦ ପଣ୍ଡା ସଫେଇ କାର୍ଯ୍ୟକୁ ପରିଚାଳନା କରିଥିଲେ ।

କାର୍ଯ୍ୟକାରୀ ସଭାପତି ଭରତଚନ୍ଦ୍ର ସାହୁ, ଉପସଭାପତି ଅଜୟ କୁମାର ମଲ୍ଲ, ସଭ୍ୟ ଶ୍ରତୁଘ୍ନ ରାଉଳ, କାର୍ତ୍ତିକଚନ୍ଦ୍ର ଜେନା, ଅଲେଖଚନ୍ଦ୍ର ଦାସ, ନିର୍ମଳ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ କୁମାର ଦାସ, ବଂଶୀଧର ତ୍ରିପାଠୀ, ବେଣୁଧର ବେହେରା, ଶୁକଦେବ ମଲିକ, ଶାରଦା ନାୟକ ପ୍ରମୁଖ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।