Onn 3

ପି.ପି କଲେଜରେ ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରୀପ୍ରେକ୍ଷୀରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ଶତପଥୀ ଙ୍କ ସଭାପତିତ୍ୱ ଏବଂ ଅଧ୍ୟାପକ ଡ଼ଃ.ଅଲେଖ ଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଯୋଗ ଦେଇ ଛାତ୍ର ଛାତ୍ରୀମାନେ ଓଡ଼ିଆ ଭାଷା ସାହିତ୍ୟର ସୁଅଧ୍ୟୟନ ଓ ସୃଜନଶୀଳତାର ପରିପ୍ରକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ୍ । ନୋଡ଼ାଲ ଅଫିସର ଅଧ୍ୟାପକ ଡ଼ଃ.ଦେବଜାନୀ ସିହ୍ନାଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ପ୍ରଶାନ୍ତ ଭାରତୀ, ଅଧ୍ୟାପିକା ପୁଷ୍ପଲତା ବେହେରା, ରବୀନ୍ଦ୍ରରଂଜନ ପ୍ରଧାନ,ମୁରଲୀଧର ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।