Img 20240313 130030

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

State

ବାରିପଦା: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଐତିହାସିକ ପଦକ୍ଷେପ ନେଇ ସାରା ରାଜ୍ୟରେ ପଞ୍ଚାୟତରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଏବଂ ଭତ୍ତା ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ପଞ୍ଚାୟତ ପ୍ରତିନିଧିମାନଙ୍କ ଭିତରେ ଲୋକମାନଙ୍କ ସେବା କରିବା ପାଇଁ ଉତ୍ସାହ ବଢାଇ ଦେଇଛି । ସେହି ପରିପ୍ରେକ୍ଷୀରେ ଆଜି ବାରିପଦା ବ୍ଲକରେ ୧୧ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ ଏବଂ ଜିଲ୍ଲାପରିଷଦର ସଦସ୍ୟା/ସଦସ୍ୟମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଜିକାର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁନ୍ଦର ସିଂ, ଉପାଧ୍ୟକ୍ଷ ସୁନୀତା ସିଂ, ଜିଲ୍ଳାପରିଷଦ ସଦସ୍ୟ ନରେନ୍ଦ୍ର ହାଁସଦା, ସତ୍ୟଭାମା ମହାନ୍ତ, ସମିତି ସଭ୍ୟ ପୁରୁଷୋତ୍ତମ ସିଂ, ରୀନା ଦେହୁରୀ, ପାର୍ବତୀ ହେମ୍ବ୍ରମ, ମମତା ସେଠୀ, ମୁନି ସିଂ, ରୁହ୍ୟା ହେମ୍ବ୍ରମ, ସୁଲଗୀ ମୁର୍ମୁ, ସରପଞ୍ଚ ସୁଭାସିନୀ ହାଁସଦା, ପିତିଲି ସରେନ, ଲକ୍ଷ୍ମୀମଣି ନାଏକ, ଫୁଲମଣି ମାରାଣ୍ଡି, ବ୍ଲକ ସଭାପତି ଦିଲ୍ଲୀପ ପାତ୍ର, ସିମନ ହାଁସଦା, କୃଷ୍ଣ କୁମାର ଟୁଡୁ, ଭୀଷ୍ମ ମହାନ୍ତ, ଶ୍ରୀବତ୍ସ କଲିଆ, ଅଶୋକ ସେଠୀ, ବୈଦ୍ୟନାଥ ସାହୁ, ମନରଂଜନ ମହାନ୍ତ, ବାବାଜୀ ଦେହୁରୀ, ଅଶୋକ କୁମାର ନାୟକ, ଗୌତମ ସିଂ, ମନବୋଧ ସିଂ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ।