Img 20240510 Wa0216

ହଜାର ହଜାର ସମର୍ଥକଙ୍କ ସହ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

Politics State

ବାରିପଦା: ଆଜି ପବିତ୍ର ଅକ୍ଷୟ ତୃତୀୟା ।ଏହି ଅବସରରେ ୨୦୨୪ ସାଧାରଣ ନିର୍ବାଚନରେର ରଣ ଦୁନ୍ଦୁଭି ବାଜିଛି । -ବିଜେପି ତରଫରୁ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବଂ ସାରଷକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ବ୍ଯାପକ ପ୍ରସ୍ତୁତ କରାଯାଇଥିଲା ।
ହଜାର ହଜାର ବିଜେପି ସମର୍ଥକ, ଶୁଭେଛୁ ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ବାହାରି ବିଜେପି ପତକା, ନିଜର ପ୍ରିୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ । ପାରଂପରିକ ବେଶଭୂଷାରେ ଆଦିବାସୀ ନୃତ୍ୟ, ବାଜା, ଢୋଲ, ମାଦଳ ବଜାଇ ଚାଲି ଚାଲି ଯାଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ ।

ସୁସଜ୍ଜିତ ରଥରେ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ ବାର୍ତା, ଏବଂ ସାରସକଣା ପ୍ରାର୍ଥୀ ଭାଦଵ ହାଁସଦା ସହରବାସୀଙ୍କୁ ପ୍ରଣାମ ଓ ଶୁଭେଚ୍ଛା ଜଣାଇବା ସହ ଆଶିର୍ବାଦ ଭିକ୍ଷା କରିଥିଲେ । ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଦେଵ ସିଂ ରାଓ୍ଵତ, ମୟୂରଭଞ୍ଜ ରାଜା ତଥା ପୂର୍ବତନ ମୋରଡା ବିଧାୟକ ପ୍ରବୀଣ ସିଂ ଭଂଜଦେଓ, ପ୍ରାକ୍ତନ ସାଂସଦ ଲକ୍ଷ୍ମଣ ଟୁଡୁ, ତିରିଂ‌ଵ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମାଡ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ସଂଜୀବ ମହାନ୍ତି ମନୋଜ ଦାସ, ମନୋରଞ୍ଜନ ତିରିଲା, ସୁରଥ ପଟନାୟକ ସରୋଜ ମହାନ୍ତଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ ।
ଗେରୁଆ ପତାକା ଓ ଜୟଶ୍ରୀ ରାମ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର । ସାରସକଣା ବିଧାୟକ ପ୍ରାର୍ଥୀ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ଦାଖଲ କରିଥିବା ବେଳେ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ ଵାର୍ଦା ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।