Img 20240510 Wa0206

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ-୨୦୨୪ ପାଳିତ

State

ବାରିପଦା: ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ମୟୂରଭଞ୍ଜ ଆନୂକୁଲ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ମୟୁରଭଞ୍ଜ-୧, ଶ୍ୟାମାଖୁଣ୍ଟା ପରିସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ-୨୦୨୪ ପାଳନ ହୋଇ ଯାଇଅଛି ৷ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ, ମୟୁରଭଂଜ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାଲକ୍ଷ୍ମୀ ଙ୍କୁ ପୂଜାର୍ଚନା ପୂର୍ବକ ଚଳିତ ଖରିଫ ଋତୁ ରେ ଚାଷ କାର୍ଯ୍ୟର ପ୍ରଥମ ସୋପାନ ଅକ୍ଷିମୁଠି ର ଶୁଭ ଅନୁକୂଳ କରିଥିଲେ І ଏହି ଅବସରରେ ଜିଲ୍ଲାପାଳ ଚାଷୀକୁଳଙ୍କ ଶୁଭମନାସି ଏବର୍ଷ ଆମ ଜିଲ୍ଲା ର ଚାଷୀମାନେ ଯେମିତି ଅଧିକ ଅମଳ କରନ୍ତୁ ଏବଂ ସେମାନଙ୍କ ଜୀବନଧାରଣ ମlନରେ ଆହୁରି ଉନ୍ନତି ହେଉ ବୋଲି ମା ଲକ୍ଷ୍ମୀ ଙ୍କ ପାଖରେ ପ୍ରାର୍ଥନା କରିବା ସହ ଜିଲ୍ଲାପାଳ କହିଥିଲେ କି ପୂର୍ବ ବର୍ଷ ତୁଳନା ରେ ଜିଲ୍ଲାର ଜଳସେଚନ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଛି ତେଣୁ ଚାଷୀ ମାନଙ୍କ ପାଇଁ ଏହା ନିଶ୍ଚିତ ଅନୁକୁଳ ହେବ ଏବଂ ଯଦି ଚାଷ କାର୍ଯ୍ୟ ସମୟରେ କୌଣସି କ୍ଷେତ୍ର ରେ ଚାଷୀମାନେ ଚାଷ ସମ୍ଭନ୍ଧୀୟ କୌଣସି ଅସୁବିଧା ର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ନିଜ ନିଜ ଅଂଚଳ ର କୃଷି କ୍ଷେତ୍ର କର୍ମଚାରୀ ଙ୍କ ସହ ଯୋଗାଯୋଗ କରି ସମସ୍ୟା ର ସମାଧାନ କରିପାରିବେ |

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେହୁରା ଓ ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ମୟୂରଭଞ୍ଜ-୧ ଡା ସଂଘମିତ୍ରା ପଟ୍ଟନାୟକ ଙ୍କ ପୌରାହିତ୍ୟ ରେ ଭୂମି ପୂଜା ସମ୍ପାଦନ ହୋଇଥିଲା І ଏହି ଅବସରରେ ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର, ମୟୂରଭଞ୍ଜ-୨ ଡା |ଦୀପକ କୁମାର ମହାନ୍ତି, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ଉପ-ନିର୍ଦ୍ଦେଶକ (ଉଦ୍ୟାନ କୃଷି), ଡି ଆର ସି ଏସ , ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ୟାମାଖୁଣ୍ଟା, ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମନେ ଯୋଗ ଦେବା ସହ ଅନ୍ୟାନ୍ୟ କୃଷି ତଥା ଆନୁସଙ୍ଗିକ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ∣

ଏହି କାର୍ଯ୍ୟକ୍ରମ କୁ ମୁଖ୍ୟତଃ ଶ୍ରୀମତୀ ଲିସା ପ୍ରିୟଦର୍ଶନୀ ,ଗୋଷ୍ଠୀ କୃଷି ଅଧିକାରୀ , ଶ୍ୟାମାଖୁଣ୍ଟା, କୁମାରୀ ମଧୁସ୍ମିତା ଜେନା, ସହକାରୀ କୃଷି ନିର୍ଦ୍ଦେଶକ, ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ସହକାରୀ କୃଷି ଅଧିକାରୀ, ଶ୍ରୀ ରମ୍ୟ ରଞ୍ଜନ ମହାନ୍ତ, ସହକାରୀ କୃଷି ଅଧିକାରୀ, ଶ୍ରୀ ହେମନ୍ତ କୁମାର ବେହେରା, କୃଷି ଅଧିଦର୍ଶକ, ଶ୍ରୀ ତୁଷାର କୁମାର ମହାନ୍ତି,କୃଷି ଅଧିଦର୍ଶକ ପରିଚାଳନା କରିଥିଲେ ଏବଂ ଅନ୍ୟ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ l