Img 20240510 Wa0230

ମତଦାନ କୁ ଶତ ପ୍ରତିଶତ କରିବା ପାଇଁ ବିଭିନ୍ନ ଆନୁଷ୍ଠାନ ଓ ସଙ୍ଘ ର କର୍ମକର୍ତ୍ତା ଙ୍କ ସହ ଜିଲ୍ଲାପାଳ ଙ୍କ ଆଲୋଚନା

State

ବାରିପଦା: ଆଜି ଅପରାହ୍ନ ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଧେ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ରେ ମତଦାନ କୁ ଜନଆଦୃତ ତଥା ମତଦାନ ହାର କୁ ଶତ ପ୍ରତି ଶତ କରିବା ନେଇ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ବ୍ୟବସାୟିକ ସଙ୍ଘ ର ମୁଖ୍ୟ ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ସଭା ପ୍ରାରମ୍ଭ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ | ଏହାପରେ ଜିଲ୍ଲାପାଳ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରି ଜିଲ୍ଲା ରେ ସବୁ ବର୍ଗ ର ଲୋକ ମାନଙ୍କୁ ଚଳିତ ନିର୍ବାଚନ ରେ ମତଦାନ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମ ରେ ଉତ୍ସାହିତ ଓ ସଚେତନ କରାଯାଉଛି | ଏହି ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ର ମୁଖ୍ୟ, ଶିଳ୍ପ ସଂସ୍ଥା ର ମାଲିକ, ବସ ଓ ଟ୍ରକ ସଙ୍ଘ ର ସଭାପତି ଓ ସମ୍ପାଦକ ଙ୍କୁ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଯେପରି ମତଦାନ କରନ୍ତି ସେଥିପାଇଁ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ | ସେଥିପାଇଁ ନିଜ ନିଜ ସଂସ୍ଥା ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରି କର୍ମଚାରୀ ଙ୍କୁ ଆବଶ୍ୟକୀୟ ଦିନ ର ସବୈତନିକ ଛୁଟି ପ୍ରଦାନ ସହିତ ଯଦି ସମ୍ଭବ ହୁଏ ତେବେ ଭୋଟ ଦାନ ପାଇଁ ସେମାଙ୍କୁ ଚାକିରୀ କ୍ଷେତ୍ର ରେ ପ୍ରୋତ୍ସାହନ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ |ସଂଗଠନ ତଥା ଅନୁଷ୍ଠାନ ର ମୁଖ୍ୟ ଏବଂ ଏକ ଦାୟିତ୍ୱ ସମ୍ପନ୍ନ ନାଗରିକ ଭାବେ ଦେଶରେ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଏହି ମହାନ ପର୍ବ ରେ ସମସ୍ତଙ୍କୁ ସାମିଲ କରିବା ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ କରିବା ପାଇଁ ନିବେଦନ କରିଥିଲେ |ଅନ୍ୟ ପର୍ବପର୍ବାଣୀ ରେ ଯେପରି ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ମାନେ ତାଙ୍କର ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଅଫର(ଉପହାର) ଦେଇଥାନ୍ତି ସେହିପରି ଯଦି ସମ୍ଭବ ହୁଏ, ତେବେ ମତଦାନ କୁ ଉତ୍ସାହିତ କରିବା ପାଇଁ ଭୋଟର (ଗ୍ରାହକ)ମାନଙ୍କ ପାଇଁ ଜିନିଷ କ୍ରୟ ଉପରେ ସର୍ତ୍ତ ମୂଳକ ଡ଼ିସକାଉଣ୍ଟ ଘୋଷଣା କରିବା ପାଇଁ ନିବେଦନ କରିଥିଲେ ଯାହାକି ଜଣେ ଭୋଟର (ଗ୍ରାହକ )ଙ୍କୁ ମତଦାନ ପରେ ଉପଲବ୍ଧ ହେବ | ଏତଦ ବ୍ୟତୀତ ଯଦି କୌଣସି ଅନୁଷ୍ଠାନ /ସଙ୍ଘ ମତଦାନ ପ୍ରତି ଆକୃଷ୍ଟ କରିବା ପାଇଁ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଚାହାଁନ୍ତି ତେବେ ପ୍ରଶାସନ ର ସହଯୋଗ ରେ ଏହା କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ |
ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ଜିଲ୍ଲlପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ ଦୁର୍ଗା ଚରଣ ମୁର୍ମୁ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସହକାରୀ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସିଏସଓ ଅନାଦି ଚରଣ ସେଠୀ ମାଇନିଂ ଅଫିସର ଦିଲ୍ଲୀପ କୁମାର ମହାନା, ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଙ୍କ ସମେତ ଡେପୁଟି ସି | ଇ ଓ, ଓରମାସ, ଶ୍ରୀ ବିମାନ ମଲ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ଙ୍କ ଓ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତି ଥିବା ବେଳେ ମୟୁରଭଞ୍ଜ ବସ ଏବଂ ଟ୍ରକ ସଙ୍ଘ ର ସଭାପତି, ସମ୍ପାଦକ ମୟୁରଭଞ୍ଜ ଶିଳ୍ପ ସଂଗଠନ ର ସଭାପତି, ସମ୍ପାଦକ, ଷ୍ଟେସନ ବଜ଼ାର ବଣିକ ସଙ୍ଘ ର ସଭାପତି ଓ ବୈଶାଖୀ ଫୁଡ ପ୍ଲାଜ଼ା, ନିଉ ମୟୁରଭଞ୍ଜ ଜନତା ସେବା ଷ୍ଟୋର, ବାରିପଦା ବଜ଼ାର, ବାଲାଜ଼ୀ ମେଗା ମାର୍ଟ, ବାବା ମାର୍ଟ, ରିଲିଆନ୍ସ ସ୍ମାର୍ଟ, ନମସ୍ତେ ବାରିପଦା, ଲିଭ୍ୟା, ହୋଲି ପେଲେସ ଇତ୍ୟାଦି ର କର୍ମ କର୍ତ୍ତା ମାନେ ଯୋଗ ଦେଇ ସକ୍ରିୟ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ|