ଭୁବନେଶ୍ୱର : ହିତାଧିକାରୀଙ୍କ ପାଇଁ ଖୁସିର ଖବର । ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ଚଳିତ ମାସରେ ଇ-କେୱାଇସି ଯାଞ୍ଚ ସରିବ । ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଇ-କେୱାଇସି ଯାଞ୍ଚ ନଭେମ୍ବରରେ ସରିବ। ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।
ଏବେ ବି ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ । ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ । ଇ-କେୱାଇସି ଯାଞ୍ଚ ସରିବା ପରେ ହିତାଧିକାରୀମାନଙ୍କୁ ଜାନୁଆରୀରେ ମିଳିବ ନୂଆ ରାସନ କାର୍ଡ । ୨୦୨୫ ଜାନୁଆରୀରେ ସମସ୍ତଙ୍କୁ ନୂଆ ରାସନ କାର୍ଡ ମିଳିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର ।