Img 20240212 Wa0246

ବିଜେପି ପକ୍ଷରୁ ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

State

ନିଶ୍ଚିନ୍ତକୋଇଲି:  ଭାରତୀୟ ଜନତା ପାର୍ଟି ଆହ୍ୱାନ କ୍ରମେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ମେହେନ୍ଦିପୁର ମହାଦେବ ମନ୍ଦିର ପରିସରରେ ବରିଷ୍ଟ ବିଜେପି ନେତା ପ୍ରଦୀପ ବେହେରା ଙ୍କ ନେତୃତ୍ୱରେ ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେପି ନେତା ପ୍ରଦୀପ ବେହେରା ଙ୍କ ନେତୃତ୍ୱରେ ଅତିଥି ଭାବେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା, ଜିଲ୍ଲା ଉପସଭାପତି ଶ୍ରୀ ନିର୍ମଳ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଆଲୋକ ଚନ୍ଦ୍ର ମହାନ୍ତି, ନେମାଳ ମଣ୍ଡଳ ସଭାପତି ଶ୍ରୀ ଅକ୍ଷୟ କୁମାର ମହାନ୍ତି, ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାପତି ମାମିନା ମହାନ୍ତି, ଉତ୍ତରକୂଳ ପଞ୍ଚାୟତ ସରପଞ୍ଚ ଶୁଭାଶିନୀ ବେହେରା, ପଞ୍ଚମୁଖୀ ମଣ୍ଡଳ ସଭାନେତ୍ରୀ ସୋନିଆ ଶର୍ମା ପ୍ରମୁଖ ଯୋଗଦାନ କରି ମୋଦୀ ସରକାର ଙ୍କ ବିକାଶମୂଳକ କାର୍ଯ୍ୟକ୍ରମ କିପରି ଗ୍ରାମାଞ୍ଚଳ ଲୋକମାନଙ୍କ ନିକଟରେ ପହଞ୍ଚିପାରିବ ଏବଂ ଗ୍ରାମାଞ୍ଚଳର ଲୋକେ କିପରି କେନ୍ଦ୍ର ସରକାର ଯୋଗାଉ ଦେଉଥିବା ବିଭିନ୍ନ ଯୋଜନା ପାଇପାରିବେ ସେ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ସ୍ଥାନୀୟ ସରପଞ୍ଚ ଶୁଭାଶିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l