Onn 3

ମଙ୍ଗୁଲି -ଗଣିଜାଙ୍ଗ ରାସ୍ତା ମରାମତି ଦାବି

State

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଠାରୁ ଗଣିଜାଙ୍ଗ ଭାୟା ଗୋପାଳପୁର,ଆମ୍ବଗଢ଼ିଆ ଯାଇଥିବା ୮.୫୦୦ କିମି ଦୂରତ୍ୱ ବିଶିଷ୍ଟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ରାସ୍ତାରୁ ପିଚୁ ଉଠି ଏବେ ଏହା ଖାଲଖମାରେ ପରିଣତ ହୋଇଛି । ବର୍ଷାଦିନେ ରାସ୍ତାରେ ପାଣି ଜମି ରହିବା ସହ ଗ୍ରୀଷ୍ମ ରୁତୁରେ ଧୂଳି ସୃଷ୍ଟି ହେଉଛି । ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ବୃଦ୍ଧ ବୃଦ୍ଧା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉକ୍ତ ଅଂଚଳପଳ ପାଇଁ ମୁଖ୍ୟ ରାସ୍ତାଥିବାରୁ ଏହା ସାବିତ୍ରୀ ପୀଠ, ଓଡ଼ଙ୍ଗ, ଆଗରପଡ଼ା, ଟିଲୋ, କାଦବରାଙ୍ଗ ଓ ଅନ୍ୟଏକ ପାଶ୍ୱର୍ ଗୋପାଳପୁର,ଗଣିଜାଙ୍ଗ ଦେଇ ମୁଖ୍ୟ ରାସ୍ତାକୁ ସଂଯୋଗ କରିଛି । ଉକ୍ତ ରାସ୍ତା ବିଭିନ୍ନ ସ୍ଥାନକୁ ସଂଯୋଗ କରିଥିବାରୁ ଓ ଉକ୍ତ ଅଂଚଳର ଚାଷୀମାନେ ବହୁପରିମାଣରେ ପରିବା ଚାଷ କରୁଥିବାରୁ ବିଭିନ୍ନ ଅଂଚଳର ଚାଷୀଙ୍କ ସହ ଜନସାଧାରଣ ମାନେ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ଉକ୍ତ ରାସ୍ତା ଦେଇ ମଧ୍ୟ ବହୁସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନବାହାନ ଯାତାୟତ କରିଥାଏ । ଉକ୍ତ ରାସ୍ତା ଦେଇ ଲୋକେ ମୁଖ୍ୟ ରାସ୍ତାରେ ପହଁଚିବା ସହ ଜିଲ୍ଲା ଓ ବ୍ଳକ ସଦର ମହକୁମାକୁ ଯାତାୟତ କରିଥାନ୍ତି ।

ବର୍ଷା ରୁତୁ ରେ ପିଲା ମାନେ ବିଦ୍ୟାଳୟ ଯିବା ସହ ଅନ୍ୟାନ୍ୟ ପଥଚାରୀ ସମସ୍ୟାରେ ପଡ଼ୁଛନ୍ତି । ଜରୁରୀ ସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସ ଯାତାୟତରେ ସମସ୍ୟା ସାଜୁଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତା ର ଅବସ୍ଥା ଏପରି ହୋଇଥିବାର କୁହାଯାଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନକୁ ଯାଇଥିବା ରାସ୍ତାରେ ଫଳକ ଲଗାଯାଉଥିଲେ ମଧ୍ୟ ରାସ୍ତାର ଅବସ୍ଥା ପ୍ରତି ଗୁରୁତ୍ୱ ଦେଉନଥିବାରୁ ଅଂଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଉଛି । ରାସ୍ତା ପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଇ ମରାମତି କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।