Onn 3

ସଚିବଙ୍କୁ ଏତେ ସୁରକ୍ଷା କାହିଁକି: ଅପରାଜିତା

Politics State

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ଜାତୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ଏବଂ ପୂର୍ବତନ ଆଇଏଏସ ଅଧିକାରୀ ତଥା ଏବେର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ଅପରାଜିତା ଟ୍ବିଟ୍ କରି ଏକ ଚିଠି ସେୟାର କରିଛନ୍ତି। ଯେଉଁଥିରେ ଆଜି ଫାଇଭ ଟି ସଚିବଙ୍କ ବରଗଡ ଗସ୍ତ ପାଇଁ କେଉଁଭଳି ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ଉଲ୍ଲେଖ ରହିଛି। ଏହାକୁ ନେଇ ଅପରାଜିତା ଓଡ଼ିଶା ଡିଜିପିଙ୍କୁ ଚ୍ବିଟ୍ କରି ପ୍ରଶ୍ନ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି, ଯଦି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା, ତେବେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା ରହିଛି। ବିକାଶମୂଳକ କାମ ତଦାରଖ ପାଇଁ ଯାଉଥିବା ବେଳେ ଏତେ ଭୟ କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ସମାନ ପ୍ରଶ୍ନ ଜେ.ପି ନଡ୍ଡା ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ବୋଲି ଜଣାପଡ଼ିଛି। ସୋଶିଆଲ ମିଡିଆରେ ସେୟାର ହୋଇଥିବା ନଡ୍ଡାଙ୍କ ପ୍ରେସନୋଟ୍ ଅନୁଯାୟୀ, ସେ ଉଲ୍ଲେଖ କରିଛନ୍ତି, ନିମ୍ନପଦସ୍ତ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କ ପାଇଁ ଡିଜିପି ଏତେ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ତାହେଲେ ମୁଖ୍ୟ ଶାସନ ସଚିବ ଏବଂ ଉନୟନ କମିଶନରଙ୍କ ପାଇଁ କଣ ସୁରକ୍ଷା ବ୍ୟବସ୍ଥା ରହିଛି ? ଯଦି ଜଣେ ସରକାରୀ କର୍ମଚାରୀ ବିକାଶ ମୂଳକ ପ୍ରକଳ୍ପ ପରିଦର୍ଶନ ପାଇଁ ଯାଉଥିବା ବେଳେ ଅତ୍ୟଧିକ ଭୟ ଏବଂ ଅସୁରକ୍ଷା କାହିଁକି?

ଉଲ୍ଲେଖଯୋଗ୍ୟ, ଫାଇଭ ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ଗସ୍ତ କରୁଥିବା ଶାସକ ଦଳ କହୁଛି। ଅନ୍ଯପଟେ ବିରୋଧୀ ବିଜେପି ଓ କଂଗ୍ରେସ ଦାବି କରିଛି ମୁଖ୍ୟମନ୍ତ୍ରୀ ଯେଉଁ କ୍ଷମତା ଦେଇଛନ୍ତି ତାର ଏକ ଲିଖିତ ବିବରଣୀ ଦରକାର। ସରକାରୀ ଚାକିରିରେ ଥାଇ ରାଜନେତାଙ୍କ ଭଳି ଫାଇଭ ଟି ସଚିବ କାମ କରୁଛନ୍ତି ବୋଲି ବିଜେପି କହିଛି।