Onn 3

ଅପରାଜିତାଙ୍କ ‘ଫାଇଭ ଟି ସଚିବ’ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଲେ ସୌମ୍ୟରଞ୍ଜନ

Politics State

ଭୁବନେଶ୍ୱର: ଫାଇଭ ଟି ସଚିବ ଆଇଏଏସ ଚାକିରିରି ଦୁରୂପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ଏବେ ଖୋଦ୍ ଶାସକ ଦଳର ବିଧାୟକ ତଥା ଓଡ଼ିଶାର ଅଗ୍ରଣୀ ଖବରକାଗଜ ‘ସମ୍ବାଦ’ର ସମ୍ପାଦର ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟ ପୃଷ୍ଠାରେ ସମାନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିଛନ୍ତି।

ସୌମ୍ୟରଞ୍ଜନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯଦି ଫାଇଭ ଟି ସଚିବଙ୍କୁ ଦାୟିତ୍ୱ ଦେଇ କ୍ଷମତା ଦେଲେ ତାହେଲେ ଏହାକୁ ସହ୍ୟ କରିପାରୁ ନାହାନ୍ତି କି ଆଇଏଏସ ଚାକିରି ଛାଡି ସାଂସଦ ହୋଇଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେହିପରି ଆଇଏଏସଙ୍କ ନିୟନ୍ତ୍ରଣ କେନ୍ଦ୍ର ସରକାର ପାଖରେ ରହିଛି। ନିଜେ ଏକଥା ଜାଣି ମଧ୍ୟ ଠିକ ଜାଗାରେ ଅଭିଯୋଗ ନକରି ଏଠି ହଟଚମଟ କରିବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ସେ ଆହୁରି କହିଛନ୍ତି, ‘୫-ଟି ସଚିବଙ୍କ କ୍ଷମତା ଉପଭୋଗ ସମ୍ପର୍କରେ ସାଧାରଣରେ ଯାହା ଆଲୋଚନା ହେଉଛି, ତାହା ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ? ଯଦି ଜାଣୁଛନ୍ତି, ‘ମୌନଂ ସମ୍ମତି ଲକ୍ଷଣମ୍‌’ ନ୍ୟାୟରେ ଏହା ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛା ବୋଲି ଧରିନେବାକୁ ହେବ କି?

ସେହିପରି ଜାତୀୟ ଗଣମାଧ୍ଯମରେ ଆଦାନୀ କମ୍ପାନୀଙ୍କ ସହ ମୋଦୀ ସରକାରଙ୍କ ସମ୍ପର୍କ କ’ଣ, କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପଡା ବିଧାୟକ। ଏପରି ସ୍ଥିତିରେ ମୋଦୀ ଯେଉଁଭଳି ନିରବ ରହୁଛନ୍ତି ନବୀନ ମଧ୍ୟ ଅନେକ ପ୍ରସଙ୍ଗରେ ନିରବ ରହୁଛନ୍ତି। ଉଭୟ ନିରବ ରହି ପ୍ରସଙ୍ଗକୁ ସମର୍ଥନ କରିବା ପରିବର୍ତ୍ତେ ଉତ୍ତର ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ରାଜନୈତିକ ସମୀକ୍ଷକ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅପରାଜିତାଙ୍କ ପ୍ରଶ୍ନ ଯେତିକି ଅଡୁଆ ସୃଷ୍ଟି କରିନଥିଲା ଏବେ ସୌମ୍ୟରଞ୍ଜନ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଶାସକ ଦଳକୁ ଅଡୁଆରେ ପକାଇବା ସୁନିଶ୍ଚିତ।