Onn 3

ଫେବୃଆରୀ ୧୫ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା, ଘୋଷଣା ହେଲା ସୂଚୀ

National & International State

cbse-1

ନୂଆଦିଲ୍ଲୀ : ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଆଜି ସିବିଏସ୍‌ଇ ପକ୍ଷରୁ ଡାଟା ସିଟ୍‌ ବା ପରୀକ୍ଷା ସୂଚୀ ଜାରି କରାଯାଇଛି। ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ।
ପ୍ରଥମ ଦିନ ପରୀକ୍ଷା ଦୁଇଟି ସେସନ୍ସରେ ଅନୁଷ୍ଠିତ ହେବ। ପ୍ରଥମ ପରୀକ୍ଷା ୧୦.୩୦ରୁ ୧୨.୩୦ ଓ ଦ୍ୱିତୀୟ ସେସନ୍ସ ୧୦.୩୦ରୁ ୧.୩୦ ଯାଏ ଚାଲିବ।ପରୀକ୍ଷା ନିୟନ୍ତ୍ରକ ସନୟାମ ଭରଦ୍ୱାଜ କହିଛନ୍ତି, “ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ। କିନ୍ତୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହେବ ଓ ମାର୍ଚ୍ଚ ୧୩ରେ ଶେଷ ହେବ।
ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୪, ୨୮, ୨୯, ମାର୍ଚ୍ଚ ୧, ୪,୫,୬,୭,୯,୧୧,୧୨,୧୩,୧୪,୧୫,୧୬,୧୮,୧୯,୨୦,୨୨,୨୩,୨୬,୨୭,୨୮,୩୦, ଏପ୍ରିଲ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ।
ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫,୧୬,୧୭,୧୯,୨୦,୨୧,୨୩,୨୪,୨୬,୨୮, ମାର୍ଚ୍ଚ ୨,୪,୫,୭,୧୧ ଓ ୧୩ରେ ଅନୁଷ୍ଠିତ ହେବ।