Mahamadpur Gp Re Ama Odisha Nabin Odisha

ମହମ୍ମଦପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି : ମହମ୍ମଦପୁର ପଞ୍ଚାୟତ ସ୍ଥିତ ବିଶ୍ୱନାଥପୁର ହାଇସ୍କୁଲ ପଡ଼ିଆରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୫୦ଲକ୍ଷ ଟଙ୍କାରେ ମୋଟ୍ ୧୦ଟି ପ୍ରକଳ୍ପ କାର୍ଯ୍ୟ ହୋଇଥିଲା ବେଳେ ବିଦ୍ୟାଳୟ ଓ ଦେବାଳୟ ଗୁଡ଼ିକୁ ଉନ୍ନତିକରଣ କରାଯାଇଛି । ସରପଞ୍ଚ ପ୍ରତିଭା ବେହେରା ଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ସାରା ପଞ୍ଚାୟତରେ ଥିବା ବୟୋଜ୍ୟେଷ୍ଠ ମୁରବୀ, ଆଦର୍ଶ ଶିକ୍ଷକ ,ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟରେ ବିଜେଡ଼ି ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଜନହିତକର ଯୋଜନାରେ ସମସ୍ତ ପରିବାର କିଭଳି ଅନ୍ତର୍ଭୁକ୍ତ ହୋଇପାରିବେ ସେ ନେଇ ଜନସଚେତନତା ସୃଷ୍ଟି କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଇଂ.ବିଳାସ ଭୋଇ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ପ୍ରାକ୍ତନ ସରପଞ୍ଚ ସରୋଜ କୁମାର ବେହେରା, ସମିିତିସଭ୍ୟ ରଂଜନ କୁମାର ପାତ୍ର, ସରପଞ୍ଚ ଶାରଦା ମହାନ୍ତି,ପୂର୍ବତନ ସରପଞ୍ଚ ଦିଲ୍ଲିପ ବିଶ୍ୱାଳ,ନାଏବ ସରପଞ୍ଚ ପଞ୍ଚାନନ ସାହୁ, ଅତିରିକ୍ତ ବିଡ଼ିଓ ଅଶୋକ ମହାନ୍ତି, ପ୍ରଗତିଅଧିକାରୀ ବିଷ୍ଣୁଚରଣ ବେହେରା,ପିଇଓ ବିଜୟ ରାଉତ, ଜିଆରଏସ ଚିତ୍ତରଂଜନ ମହାନ୍ତିଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟାମାନେ ଯୋଜ ଦେଇଥିଲେ ।