Onn 3

ଦଧିବାମନ ଜୀୟୁଙ୍କ ରଥଯାତ୍ରା ନିମନ୍ତେ ପ୍ରଶାସନିକ ବୈଠକ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗ୍ରାମପଂଚାୟତ କୋଇଲୋସ୍ଥିତ ପ୍ରସିଦ୍ଧ ଦଧିବାମନ ଜୀୟୁଙ୍କ ରଥଯାତ୍ରା ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ପାଳନ ନିମନ୍ତେ ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଶ୍ଚିନ୍ତକୋଇଲି ତହସିଲଦାର ଦିଲିପ କୁମାର ନାୟକ ସଭାପତିତ୍ୱ କରିଥିଲେ । ଏହି ବୈଠକରେ କଟକ ଜିଲ୍ଲା ଅତିରିକ୍ତ ସହକାରୀ ଦେବୋତର କମିସନର , ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଚିନ୍ମୟୀ ସାହୁ,ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସସ୍ମିତା ବେହେରା ନିଶ୍ଚିନ୍ତକୋଇଲି ଅଗ୍ନିଶମ ଅଧିକାରୀ ପ୍ରସନ୍ନ କୁମାର ପରିଜା, ବିଦ୍ୟୁତ ବିଭାଗ ଅଧିକାରୀ ରଞ୍ଜନ କୁମାର ବେହେରାଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରି ଚଳିତ ବର୍ଷ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ଏଥିନିମନ୍ତେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ ।

ତେବେ ଅସୁରେଶ୍ୱରରେ ଷ୍ଟିଟ ଲାଇଟ ଗୁଡିକ ଅଚଳ ହୋଇପଡିଥିଲା ବେଳେ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଠିକ୍ ଭାବେ କାମ କରୁନାହିଁ । ଏଥିନିମନ୍ତେ ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ କରାଯିବା ସହ ଅଚଳ ହୋଇପଡିଥିବା ଷ୍ଟିଟ ଲାଇଟ ଗୁଡିକୁ ମରାମତି କରାଯିବା ନିମେନ୍ତ ପ୍ରସ୍ତାବ ରଖାଯାଇଥିଲା । ଏହି ବୈଠକରେ ମନ୍ଦିରର ସେବାୟତ ମାନେ ଉପସ୍ଥିତ ରହିଥିଲେ ।