Onn 3

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

State

ଗଜପତି: ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ସ୍ଥାନୀୟ ପ୍ରାଉଡ଼ ବି.ସୀତାପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବରିଷ୍ଠ ଦେୱାନୀ ବିଚାର ବିଭାଗୀୟ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ପାଳନ କରିବାର ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ ଏବଂ ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ।

 

ସେମାନଙ୍କୁ କୌଣସି ଶ୍ରମ କାର୍ଯ୍ୟରେ ଲଗାଇବା ଏକ ଅପରାଧ। କୌଣସି ପ୍ରକାରେ ଶାରିରୀକ ଅବା ମାନସିକ କଷ୍ଟ କାର୍ଯ୍ୟରେ ଲଗାଇଲେ ଦ୍ବାରା ସେମାନଙ୍କର ଏବଂ ଦେଶର ଭବିଷ୍ୟତ ନଷ୍ଟ ହୋଇଥାଏ ।ଏଣୁ ଏହି ଶିଶୁ ଶ୍ରମିକ ପ୍ରଥାକୁ ସବୁ ସ୍ତରରେ ରୋକା ଯାଇ ଏହାର ମୂଳଉତ୍ପାଟନ କରିବା ସକାଶେ ଆଗେଇ ଆସିବାକୁ ଶ୍ରୀ ଅଗ୍ରୱାଲ ଆହ୍ୱାନ ଦେଇଥିଲେ।ଉପଯୁକ୍ତ ଶିକ୍ଷା ପ୍ରଦାନ ଦ୍ବାରା ହିଁ ଏହି ପ୍ରଥା ଦୂର ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିବା ସହ ଶିଶୁ ମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ମୌଳିକ ଓ ଆଇନଗତ ଅଧିକାର, ଆଇନଗତ ଦଣ୍ଡ ବିଧାନ ଓ ଜରିମାନା ଉପରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଡି. ଲିଗାଲ ପ୍ରବେଶନ ଅଧିକାରୀ,ଅଧିକ୍ଷକ, ପ୍ରାଉଡ଼ ସୁଶ୍ରୀ ଶର୍ମିଷ୍ଠ। ଭୁକ୍ତା, ଓ ଅନ୍ୟ ଅନୁଷ୍ଠାନର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରହି ଶିଶୁ ମାନଙ୍କୁ କିଭଳି କମ ମଜୁରୀ ଦେଇ ଶାରିରୀକ ଓ ମାନସିକ ଭାବେ ରୋଷଣ କରାଯାଇଥା ଏବଂ ଉଦ୍ଧାର ହେବା ପରେ ସେମାନଙ୍କୁ କିପରି ଥଇଥାନ କରାଯାଏ ସେ ଉପରେ ଆଲୋକପାତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ।