Onn 3

ବର୍ଷେ ପୁରିବ, ଚୋରୀ ଟଙ୍କା ମିଳିଲାନି

Crime State

ଆଗରପଡ଼ା: ଗତ ବର୍ଷ ଜୁନମାସ ନଅ ତାରିଖରେ ଆଗରପଡ଼ା କୃଷ୍ଣଚରଣ ବିଦ୍ୟାମନ୍ଦିର ସହକାରୀ ଶିକ୍ଷକ ଅଶୋକ ଖିଲାର ଭଦ୍ରକ ଷ୍ଟେଟବ୍ୟାଙ୍କରୁ ରାରଲକ୍ଷ ଟଙ୍କା ତାଙ୍କ ଜିପିଏଫରୁ ଉଠାଇ ବାହାରକୁ ଆସିବା ସମୟରେ ଦୁବୃର୍ତ୍ତମାନେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । କିଛିିଦିନ ପରେ ନଅଲକ୍ଷ ଟଙ୍କା ପୋଲିସ ଉଦ୍ଧାର କରି ଶ୍ରୀ ଖିଲାରଙ୍କୁ ଦେଇଥିଲା ।

ମାତ୍ର ଆଜିଯାଏଁ ଅବଶିଷ୍ଟ ତିନିଲକ୍ଷ ଟଙ୍କା ପାଇପାରି ନାହଁନ୍ତି ବୋଲି ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ସେ ଭଦ୍ରକରେ ନୂଆ ଜାଗାକିଣି ଘର କରିବା ଉଦ୍ଦେଶ୍ୟରେ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ । ମାତ୍ର ଚୋରୀ ହୋଇଥିବା ସମସ୍ତ ଟଙ୍କା ପାଇପାରିନଥିବାରୁ ଆଜିଯାଏଁ ଜାଗା କରି ନ ପାରି ଘରଭଡ଼ା ନେଇ ସପରିବାର ଭଦ୍ରକରେ ରହୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ।