Onn 3

ଗଜପତି ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ

State

ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଠାରେ ରାଷ୍ଟ୍ରୀୟ ଗୋକୁଳ ମିଶନ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୁଲ୍ୟରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ ପରିସରରେ ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ସଚେତନତା ସଭା ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ , ଗଜପତିଙ୍କ ଦ୍ଵାରା ଆୟୋଜିତ ହୋଇଯାଇଛି। ଏହି ମେଗା ପ୍ରାଣୀ ଚିକିତ୍ସା ଶିବିରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ରଣାଙ୍କ ସଭାପିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ ବୀର ରାଜୁ, ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର, କେ.ରାମା ରାଓ, କାଉନସିଲର, ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଚାଷୀ ମାନଙ୍କୁ ଉତ୍ତମ ଗୋ-ପାଳନ ଓ ଗୋପଲନରେ ସରକାରଙ୍କର ସୁବିଧା ବିଷୟରେ କହିଥିଲେ।

ଏହି ମେଗା ଗୋ-ବନ୍ଧ୍ୟା ନିରାକରଣ ଶିବିରରେ ଗଜପତି ଜିଲ୍ଲାରୁ ସାତ ଗୋଟି ବ୍ଲକରୁ ଅଭିଜ୍ଞ ପ୍ରାଣୀ ଚିକିତ୍ସକ ମାନେ ଓ ପ୍ରାଣୀଧନ ନିରୀକ୍ଷକ ମାନେ ପ୍ରାୟ ୨୫୬ ଗାଈଙ୍କୁ ଚିକିତ୍ସା କରିବା ସହିତ ସେମାନଙ୍କୁ ଅଧିକ ଗାଈ ମାନଙ୍କର ଗୋ-ବନ୍ଧ୍ୟା ଜନିତ ରୋଗର ନିରୂପଣ କରି ଔଷଧ ଓ ଇଞ୍ଜେକ୍ସନ ପ୍ରଦାନ କରାଯାଇଛି ଓ ୨୫୨ ଜଣ ଚାଷୀ ଯୋଗ ଦେଇଥିଲ। ଏହି ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିରରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନାରାୟଣ ମହାପାତ୍ର, ଡ଼ା. ଶ୍ରୀକାନ୍ତ ଖଟୁଆ, ଡ଼ା. ତରୁଣ ପାତ୍ର, ଡ଼ା. ପ୍ରଶାନ୍ତ ସାମଲ, ଡ଼ା. ଶୁଭକାନ୍ତ ମଲ୍ଲିକ, ଡ଼ା. ଦିଲ୍ଲୀପ କୁମାର ସାହୁ, ଡ଼ା. ବାମୁଡ଼ି ସାଇନନ୍ଧ, ଡା.ପ୍ରଭଞ୍ଜନ କୁମାର ପ୍ରଧାନ ଓ ବିଭିନ୍ନ ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ ଡ଼ାକ୍ତର ବିଦ୍ୟୁତ୍ ଶେଖର ମିଶ୍ର, ଉପ-ନିର୍ଦ୍ଦେଶକ, ପ୍ରାଣୀ ଚିକିତ୍ସା ଅଧିକାରୀ ପାରଳାଖେମୁଣ୍ଡି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ଼ା.ଲିନା ମହାନ୍ତି , ଭି.ଏ.ଏସ୍, ରାୟଗଡ଼ା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।