Onn 3

ସନ୍ଦେହ ଜନକ ଭାବେ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ

Crime State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମପଂଚାୟତ କୋଇଲିରଙ୍ଗି ବ୍ରାହ୍ମଣ ସାହି ନିକଟରେ ଥିବା କରାଣ୍ଡିଆ ଶାଖା କେନାଲ ର ଏକ ସେତୁ ଉପରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତ୍ରରେ ଜଣେ ଅଚିହ୍ନା ବ୍ୟକ୍ତି ଛିଟଲୁଙ୍ଗୀ ଓ ଏକ ସାର୍ଟ ପିନ୍ଧି ଗୁରୁତର ଅବସ୍ଥାରେ ପଡିରହି କରୁଣ ଚିତ୍କାର କରୁଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ସ୍ଥାନୀୟ ନେମାଳ ଥାନାକୁ ଖବର ଦେଇଥିଲେ । ପୋଲିସ ୧୦୮ ଯୋଗେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

 

ତେବେ ଏହି ବ୍ୟକ୍ତିଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ଆକ୍ରମଣ କରି ଏଠଶରେ ପକାଇ ଦେଇଥିବାର ସନ୍ଦେହ କରାଯାଉଛି । ଏସମ୍ପର୍କରେ ନେମାଳ ଥାନାରେ ୫/୨୦୨୩ରେ ଏକ ଅପମୃତୁୁ୍ୟ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଥିବାର କାର୍ଯ୍ୟ ନିର୍ବାହୀ ଆଇଆଇସି ଗୌରାଙ୍ଗ ବିଶ୍ୱାଳଙ୍କ ସୂତ୍ରରୁ ପ୍ରକାଶ । ତେବେ ରିପୋର୍ଟ ଲେଖାହେଲା ବେଳକୁ ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରିନାହିଁ । ଅପରପକ୍ଷରେ ସମ୍ପୃକ୍ତ ବ୍ୟକ୍ତି ଜଗତସିଂହପୁର ଜିଲ୍ଲା ଅଂଚଳର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।