Photo For The News Of Shyama Prasad

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

State

ଆଗରପଡ଼ା :ପ୍ରଖର ଜାତୀୟତାବାଦୀ,ମହାନ ଶିକ୍ଷାବିତ୍ ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଏକାନ୍ତ ବାଦର ପ୍ରତିକ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଗରପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ଅଶୋକ ପରିଡ଼ାଙ୍କ ଆବାହକତ୍ୱ ରେ ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ,ସାଧାରଣ ସଂପାଦକ ଅମୂଲ୍ୟ ରତ୍ନ ନନ୍ଦ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, ବରିଷ୍ଠ କର୍ମୀ ବିଷ୍ଣୁ ପ୍ରସାଦ ପଣ୍ଡା, ମଦନ ମୋହନ ଦାଶ, ଅମୂଲ୍ୟ ପଣ୍ଡା, ନାରିନେତ୍ରୀ ସୁଶିଳା ଜେନା, ସୁରେନ୍ଦ୍ର ବେହେରା,ତବାରଖ ସାହା ପ୍ରମୁଖ ଯୋଗ ଦେଇ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଅଖଣ୍ଡ ଭାରତ ବର୍ଷ ଗଠନରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । ପ୍ରାରମ୍ଭରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜୟ ନାଥ,ଦିଲ୍ଲିପ ଦାସ, ମଦନ ମୋହନ କଟୁଆଳ, ରମା ନାୟକ, ପବିତ୍ର ସାହୁ, କିରଣ ବେହେରା, ସୁଶାନ୍ତ ପାଢୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।