Photo For The News Of Harina

ଓଡ଼ଙ୍ଗରୁ ହରିଣ ଉଦ୍ଧାର

State

ଆଗରପଡ଼ା :ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଦାସସାହିରେ ଥିବା କମ୍ୟୁନିଟି ସେଣ୍ଟର ନିକଟରୁ ବନ କର୍ମଚାରୀମାନେ ଏକ ମାଈ ହରିଣକୁ ଉଦ୍ଧାର କରି ହଦଗଡ଼ ଜଙ୍ଗଲରେ ଛାଡ଼ିଛନ୍ତି । ଗତ ଦୁଇ ଦିନ ଧରି ହରିଣଟି ଆଖପାଖ ଅଂଚଳରେ ବୁଲୁଥିଲେ ସୁଦ୍ଧା ତାକୁ ଧରିବାରେ ଗ୍ରାମବାସୀମାନେ ବିଫଳ ହେଉଥିଲେ । ରବିବାର ପୂର୍ବାହ୍ନ ସମୟରେ ହଠାତ୍ ହରିଣଟି ଆସି ଦାସସାହି ନିକଟରେ ଥିବା କମ୍ୟୁନିଟି ସେଣ୍ଟର ମଧ୍ୟକୁ ପଶିଯାଇଥିଲା । ଏହା ଦେଖି ଗ୍ରାମବାସୀ ଆଗରପଡ଼ା ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇଁ ବନ କର୍ମଚାରୀ ଘଟଣାସ୍ଥଳରେ ପହଂଚି କୌଶଳ କ୍ରମେ ହରିଣକୁ କାବୁ କରି ନିକଟସ୍ଥ ହଦଗଡ଼ ଜଙ୍ଗଲରେ ଛାଡ଼ିଥିବାର ଜଣାପଡ଼ିଛି । ଫରେଷ୍ଟର ବସନ୍ତ ମାଝୀ,ସନ୍ତୋଷ ପୁହାଣ, ବିକ୍ରମ ପ୍ରମୁଖ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । ସୂଚନା ଯୋଗ୍ୟ;ହଦଗଡ଼ ଜଙ୍ଗଲରେ ମାଫିଆ ମାନେ ଅହରହ ଗଛ କାଟୁଥିବାରୁ ବନ୍ୟପ୍ରାଶୀମାନେ ନିଜକୁ ନିରାପଦ ନମଣି ବିଭିନ୍ନ ସମୟରେ ଗାଁମୁହାଁ ହେଉଥିବାର ପରିଲକ୍ଷିତ ହେଉଛି । ପୂର୍ବରୁ ଅରଣା ମଇଁଷି,ବଣ ବିଲୁଆ,ଭାଲୁ,ହାତୀ ଆଦି ବନ୍ୟପ୍ରାଣୀମାନେ ଆଗରପଡ଼ା ତଥା ଏହାର ଆଖପାଖ ଅଚଂଳକୁ ପଳାଇଆସି ନାନା କ୍ଷୟକ୍ଷତି ପହଚାଂଉଥିବାର ଅନେକ ନଜୀର ରହିଛି ।