Img 20240917 Wa0186

ପି ସି ପୁର ବିଦ୍ୟାଳୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୟୁରଭଞ୍ଜ ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଆନୁକୂଲ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର ମୋଟ ୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I ମୟୁରଭଞ୍ଜ ଓ ଓଡିଶା ଭିତରୁ ବିଭିନ୍ନ ଜ୍ଞାନ ବର୍ଦ୍ଧକ ପ୍ରଶ୍ନର ଲିଖିତ ଉତ୍ତର ଦେବା ପାଇଁ ଉତ୍ସାହିତ କରାଯାଇଥିଲା I ଏହି ପ୍ରତିଯୋଗିତାରେ ଶୁଭମ ଖଣ୍ଡେଇ ପ୍ରଥମ, ଶୁଭମ ମହାନ୍ତ ଦ୍ଵିତୀୟ ଓ ସପନ ପଢିହାରୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ତିନି ଜଣଙ୍କୁ ସାଧାରଣ ଜ୍ଞାନ ବହି, ଖାତା ଓ ପେନ ସହ ଯଥାକ୍ରମେ ୫୦୦, ୩୦୦ ଓ ୨୦୦ ଟଙ୍କା ପ୍ରତ୍ସାହନ ରାଶି ପ୍ରଦାନ କରାଯାଇଥିଲା I ତତସହିତ ସମସ୍ତଙ୍କୁ ସଙ୍ଘ ତରଫରୁ ବିସ୍କୁଟ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ରାମେଶ୍ୱର ସାହୁ, ଉପ ସଭାପତି ଅନିରୁଦ୍ଧ ପୃଷ୍ଟି ଓ ବୀଣାପାଣି ପଣ୍ଡା, ସମ୍ପାଦକ ବିଜୟ କୁମାର ମହାପାତ୍ର, ସହ ସମ୍ପାଦକ ପ୍ରଦୀପ କୁମାର ପାଣି, ବସନ୍ତ କୁମାର ପାତ୍ର, ଗୋପାଳ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ନାୟକ, ଗୌରହରି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ / ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ପ୍ରକାଶ ଥାଉକି ପୂର୍ବରୁ ସଙ୍ଘ ତରଫରୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ବୃକ୍ଷ ମାନଙ୍କର ଯତ୍ନ ନେବା ପାଇଁ ଦାୟିତ୍ୱ ଦେଇଥିଲେ I