ରାୟଗଡା : ଆମ୍ବୁଲାନ୍ସକୁ ଘୋଷାଡ଼ି ନେଲା ମାଲବାହୀ ଟ୍ରେନ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ସହ ଯାତ୍ରୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ କଞ୍ଜମ ଯୋଡ଼ି ଗାଁ ନିକଟସ୍ଥ ରେଳ ଧାରଣା ନିକଟରେ ଘଟିଛି ଅଘଟଣ । କୌଣସି କାରଣ ବଶତଃ ବେସରକାରୀ ଚକ୍ଷୁ ବିଭାଗ ଆମ୍ବୁଲାନ୍ସଟି ରେଳ ଧାରଣାରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ଦେଖି ଟ୍ରେନଟି ବ୍ରେକ୍ ମାରିଥିଲା । ଏହାସତ୍ତ୍ୱେ ଆମ୍ବୁଲାନ୍ସକୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା ମାଲବାହୀ ଟ୍ରେନ୍ । ଆମ୍ବୁଲାନ୍ସରେ ଡ୍ରାଇଭର ସମେତ ୮ଜଣ ଯାତ୍ରୀ ଥିଲେ। କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।
