Img 20240623 Wa0245

ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ

Religion and Cult

ବାରିପଦା: ପବିତ୍ର ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ତିଥି ଶନିବାର ଦିନ ଦାରୁବ୍ରହ୍ମ ସ୍ନାନଯାତ୍ରା ଅପରାହ୍ନ ୧ ଠାରେ ମହାପ୍ରଭୁଙ୍କ ୧୦୮ ଗରୁ ସୁବାସିତ ଜଳରେ ସ୍ନାନବେଦୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଜଳଲାଗି ଶେଷ ପରେ ମଇଲମ, ଚନଦ୍ଧ ଲାଗି, ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା ।ପରେ ନବ ବସ୍ତ୍ର ପରିଧାନ କରା ଯାଇଥିଲା । ଆକର୍ଷଣୀୟ ଗଜାନନ ବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁମାନେ ।ଜୟ ଜଗନ୍ନାଥ,,ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଜଗନ୍ନାଥ ମନ୍ଦିର ପରିସର ଆଲୋକ ସଜ୍ଜାରେ ଆଲୋକିତ ହୋଇଥିଲା ଜଗନ୍ନାଥ ମନ୍ଦିର । ସଂଧ୍ୟାରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ଗାୟକ ଜଗନ୍ନାଥ ମୁଦୁଲି ଏବଂ ତାଙ୍କ ସାଥୀଙ୍କ ଦ୍ଵାରା ଭଜନ ସଂଧ୍ୟା ପରିବେଷଣ କରାଯାଇଥିଲା । ରାତି ୧୦ ଟା ବେଳକୁ ସ୍ନାନବେଦୀରୁ ରତ୍ନବେଦୀ ଅଣସର ଘରକୁ ପହଣ୍ଡି କରି ଆଲର୍,ଛତ୍ର ଓ ଚାମର ସେବା ମଧ୍ୟରେ ଦିଅଁଙ୍କୁ ନିଆ ଯାଇଥିଲା ‌ ।