Img 20240623 Wa0257

ଚାଣକ୍ୟ କ୍ଲାସ ତରଫରୁ ଯୋଗ ଶିବିର ଓ ମେଧାର୍ଥୀଙ୍କୁ ସମ୍ବର୍ଦ୍ଧିତ

Religion and Cult

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ନିମଡିହି ସ୍ଥିତ ଏମ ଚାଣକ୍ୟ କ୍ଲାସେସ ଦ୍ଵାରା ବିଶ୍ଵ ଯୋଗ ଦିବସ ଅବସରରେ ବିଧାୟକ ଜଳେନ ନାଏକଙ୍କ କର କମଳରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ ହୋଇଛନ୍ତି l
ଏହି ପରିପ୍ରେକ୍ଷୀରେ ଏମ ଚାଣକ୍ୟ କ୍ଲାସେସ ର ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜଳେନ୍ ନାଏକ , ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ ଅମିୟ କୁମାର ଦାଶ, ବିଶେଷ ଅତିଥି ଭାବେ ବହଳଦା ବ୍ଲକ୍ ଅଧ୍ୟକ୍ଷା ଦିପାଞ୍ଜଳି ସିଂହ , ବରିଷ୍ଠ ସାମ୍ବାଦିକ ମଧୁସୂଦନ ଦାସ ଅନ୍ୟତମ ଅତିଥି ଭାବେ ରବି ନାରାୟଣ ପତି , ମାଧବ ମହାପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିନ୍ଦୁ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ l
ଏହି ଅବସରରେ ରାଇରଙ୍ଗପୁର କଲେଜ ଏବଂ ବହଳଦା ଧୀରୋଜଲାଲ୍ କଲେଜ ୨+ ବିଜ୍ଞାନ ରେ ଟପ୍ପର ହୋଇଥିବା ସରସ୍ଵତୀ ମୂର୍ମୁ, ଲକି ସିଂହ, କୁସୁମତି ଏବଂ ବାଲେମଣି ଙ୍କୁ ଅତିଥି ମାନଙ୍କ ଦ୍ଵାରା ଏମ ଚାଣକ୍ୟ କ୍ଳାସେସ ପକ୍ଷରୁ ଟ୍ରୋଫି ଓ ଆର୍ଥିକ ସହାୟତା ତଥା ଫୁଲ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l
ଏହି ଉତ୍ସବ କୁ ସଫଳ କରାଇବାରେ ଚିନ୍ମୟ ମହାନ୍ତ, ପଙ୍କଜିନି ମହାନ୍ତ, ତପସ୍ୱିନୀ ମହାପାତ୍ର, ଦିବ୍ୟଜ୍ୟୋତି ସାର, ବାବଲୁ ମହାନ୍ତ, ଘାସିରାମ ମହାନ୍ତ, ଟିଟୁନ୍ ମିଶ୍ର ଓ ଶିବ ଶଙ୍କର ସାମନ୍ତରାୟ ସହଯୋଗ କରିଥିଲେ l ଶେଷରେ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l