Subasha E4 750x430

ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ

State

ଭୁବନେଶ୍ୱର : ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ରେଡ ବେଳେ ସୁବାସଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ ହୋଇଥିଲା ।  ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ୨ ବହୁମହଳା କୋଠା ସହ ଗୋଟିଏ ତିନିମହଲା କୋଠା ରହିଛି । ବିଭିନ୍ନ ସ୍ଥାନରେ ରହିଛି ୫ଟି ବହୁମୂଲ୍ୟ ପ୍ଲଟ୍ ରହିଛି ।  ୮୭୦ ଗ୍ରାମ ସୁନା ସହ ନଗଦ ୧୩ ଲକ୍ଷ ୪୭ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।  ସେହିପରି ବ୍ୟାଙ୍କରେ ଏକ କୋଟି ୮୪ ଲକ୍ଷ ଟଙ୍କାର ଜମା ରହିଛି । ସେହିପରି ଭୁବନେଶ୍ବରରେ ଫ୍ଳାଟ କିଣିବାକୁ ୬୬ ଲକ୍ଷ ଟଙ୍କା ଦେଇଥିବାର ଜଣାପଡିଛି ।

ତେବେ ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ଭିଜିଲାନ୍ସ ଓପିଏଚଡବ୍ଲ୍ୟୁସି ବ୍ରହ୍ମପୁର ଡିଭିଜନ୍‌ର ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଭୁବନେଶ୍ଵର ଏବଂ ବ୍ରହ୍ମପୁର ସମେତ ୪ଟି ସ୍ଥାନରେ ଆଜି ଭିଜିଲାନ୍ସର ଏକାଧିକ ଟିମ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲେ । ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନ ଏବଂ ପୈତୃକ ଘର, ଆଇଗିଣିଆରେ ଥିବା ଘର , ମଞ୍ଚେଶ୍ୱର ଘର, ବ୍ରହ୍ମପୁର ଖାରବେଳ ନଗରରେ ଭଡ଼ା ଘର ଓ ବ୍ରହ୍ମପୁର ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଥିଲେ ।