Onn 3

ଗ୍ରାମଦେବୀ ଥାନକୁ ଡାକବାଜି ଯନ୍ତ୍ର ଦାନକଲେ କାଉନସିଲର

State

ବାରିପଦା: ସ୍ଥାନୀୟ 1 ୱାର୍ଡ ସ୍ଥିତ ବେଲଗଡ଼ିଆ ଉଦିଆପାଟ ଗ୍ରାମଦେବୀ ପୀଠକୁ ନିଜସ୍ୱ ପାଣ୍ଠିରୁ ଡାକବାଜି ଯନ୍ତ୍ର ଦାନକଲେ ୱାର୍ଡର କାଉନସିଲର ସୁକେଶିନୀ ସେଠି I ବହୁଦିନର ଇଛା ପୂରଣ ହୋଇଥିବାରୁ ୱାର୍ଡ ବାସୀଙ୍କ ମଧ୍ୟରେ ବେଶ ଖୁସି ଦେଖାଦେଇଥିଲା I ୱାର୍ଡର ସତ୍ୟନାରାୟଣ ଜୀଉ, ଲଳିତ ସେନ, ପ୍ରଫୁଲ୍ଲ ବାରିକ, ବନବିହାରୀ ମହାନ୍ତି, ଗୋବିନ୍ଦ ମହାନ୍ତି, ସୋନୋ ବାରିକ, ନଳିନ ଚନ୍ଦ୍ର ମହାକୁଡ଼, ସ୍ୱାଧୀନ ମହାକୁଡ଼, ରାଜା ନାୟକ, ଶେଖ ଯୁସୁଫ ତାଜୁ, ଜୟସ୍ମିତା ମହାନ୍ତି, ସୁସ୍ମିତା ମହାନ୍ତି, ଅଞ୍ଜଳି ମହାନ୍ତି, ମାନସ ମହାନ୍ତି ହରପ୍ରିୟା ଭୁଜବଳ, ରୀନାରାଣୀ ଭୁଜବଳ, ପ୍ରକାଶ ବେହେରା, ବାଣ୍ଟୁପାଲି ଗିରି, ରବି ବେହେରା ତଥା ଅମର କୁମାର ସେଠି ପ୍ରମୁଖଙ୍କ ଉପସ୍ଥିତିରେ ଡାକବାଜି ଯନ୍ତ୍ର ପ୍ରଦାନ କରାଯାଇଥିଲା I

ତତସହିତ ବହୁ ଦିନରୁ ଅନ୍ଧାରରେ ପଡ଼ିଥିବା ଝିଞ୍ଜିରୀବନ୍ଧ, ପଞ୍ଚାନନ ମନ୍ଦିର, ବ୍ରାହ୍ମଣ ଶାସନ ମନ୍ଦିର ଓ ପି ଏଚ ଇ ଡି କଲୋନୀ ସମେତ 7 ଟି ସ୍ଥାନରେ ବିଜୁଳି ଆଲୋକ ଲଗାଇବାର ବ୍ୟବସ୍ଥା ମଧ୍ୟ କାଉନସିଲର କରାଇଥିଲେ I କାଉନସିଲରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ବାସୀ ବେଶ ପ୍ରଶଂସା କରିଛନ୍ତି I