Onn 3

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀଙ୍କ ସମେତ ୩ ଜଣଙ୍କ ଜାମିନ ବିହୀନ ଗିରଫ ପରୱାନା ଜାରି

Crime State

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ACF ମୃତ୍ୟୁ ଘଟଣା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାଁ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପୂର୍ବତନ ଡିଏଫଓ ଏବଂ ରୋଷୟାଙ୍କ ନାଁରେ  ଜାମିନ ବିହୀନ ଗିରଫ ପରୱାନା ବା NBW ଜାରି କରାଯାଇଛି ।

ସୌମ୍ୟଙ୍କ ହତ୍ୟା ଘଟଣାରେ ଏମାନଙ୍କ ସଂପୃକ୍ତି ଥିବା ନେଇ ପରିବାର ଲୋକେ ଅଭିଯୋଗ କରି ଆସୁଥିଲେ । ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ସ୍ଥିତ SDJM କୋର୍ଟରେ ଏକ ୱାନ୍‌ ସିସି ମାମଲା ରୁଜୁ କରିଥିଲେ। ମାମଲାର ବିଚାରି କରି ଏହି ତିନି ଜଣଙ୍କୁ ଜୁଲାଇ ୭ ତାରିଖ ସୁଦ୍ଧା ପାରିଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ହାରଜ ହେବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

ସୂଚନାଥାଉ କି, ପୋଲିସ ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଘଟଣାର ତଦନ୍ତ କରି ରୋଷେୟା ଏବଂ ଡିଏଫଓଙ୍କୁ କ୍ଲିନ ଚିଟ ଦେଇଥିଲା । ଏହାକୁ ନେଇ  ପରିବାର ଲୋକେ ନିରାଶ ହୋଇ ପଡିଥିଲେ ।

ଏହା ପରେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ  ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଥିଲା ।  କ୍ରାଇମବ୍ରାଞ୍ଚ ଦୁଇ ଜଣ ମହିଳା ଅଫିସରଙ୍କ ସହ ୫ ଜଣିଆ  ଏକ ଟିମ୍  ନେଇ କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ମାରାଥନ ଜେରା କରିଥିଲା । ଏପରିକି ବିଦ୍ୟାଭାରତୀଙ୍କ   ବାପା ଓ ମା’ଙ୍କୁ ମଧ୍ୟ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ତଥାପି ତଦନ୍ତ ବିଶେଷ କିଛି ଆଗେଇ ପାରି  ନ ଥିଲା ।