Onn 3

ଓଲିଉଡ଼ ଜଗତରେ ଏଲି ଓ ଏଲିନାଙ୍କ ପରେ ଅର୍ପିତା

Religion and Cult

ଆଗରପଡ଼ା:ରାଜନୀତି,କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଗଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ସ୍ୱତନ୍ତ୍ରତା ରହିଛି । ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ଉକ୍‌ôଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଯୋଗୁଁ ରାଜନୀତି କ୍ଷେତ୍ର ରେ ଆଗରପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତାଙ୍କ ଯୋଗୁଁ ଏହି ସ୍ଥାନକୁ ସଂଗ୍ରାମୀ ମାଟି ବୋଲି କୁହାଯାଏ । କଳା ସଂସ୍କୃତି କ୍ଷେତ୍ରରେ ଆଜି ଏହି ସ୍ଥାନ ପଛରେ ପଡ଼ିନାହିଁ । ବିଶେଷ କରି ଆଜିର ଯୁବପିଢୀ ମାନଙ୍କ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଆଗରପଡ଼ା ସ୍ଥିତ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ ନରାଜପୁର ଗ୍ରାମର ଅର୍ପିତା ପାଣିଗ୍ରାହୀ ଅଭିନୟ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପ୍ରଦର୍ଶନ କରିଚାଲିଥିବା ବେଳେ ଓଡ଼ିଆ ସିନେମା଼ ଜଗତରେ ମୁଖ୍ୟ ନାୟିକା ଭାବେ ନିଜ ପାଦ ଥାପିବା ପାଇଁ ସୁଯୋଗକୁ ଅପେକ୍ଷା କରି ବସିଛନ୍ତି । ସୀତାରାମ ପାଣିଗ୍ରାହୀ ଓ ସୁଶାନ୍ତୀ ପାଣିଗ୍ରାହୀଙ୍କ ଏକ ମାତ୍ର କନ୍ୟା ଅର୍ପିତା । ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ଗୃହିଣୀ । ଅର୍ପିତା ନିଜ ଗ୍ରାମରେ ଥିବା ବିଦ୍ୟାଳୟରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ଆଡ଼ିଆ ପଂଚାୟତ ଅନ୍ତର୍ଗତ ପନ୍ଦାଡ଼ୋ ହାଇସ୍କୁଲରୁ ସଫଳତାର ସହ ୧୦ମ ଶ୍ରେଣୀ ପାସ କରିବା ପରେ ଯୁକ୍ତ ଦୁଇ ଆଗରପଡ଼ା କଲେଜ ଓ ଯୁକ୍ତ ତିନି ଖଇରା କଲେଜ(ବର୍ଷ୨୦୨୦)ରୁ ପାସ କରି କମ୍ପୁଟରରେ ମଧ୍ୟ ଶିକ୍ଷା ଲାଭ କରିଛନ୍ତି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢିବା ସମୟରେ ଅଭିନୟ ପ୍ରତିଯୋଗିତାରେ ଭାଗ ନେଇ ବହୁବାର ସେ ସଫଳ ହୋଇଛନ୍ତି ।

ଏଥି ସହ ବ୍ଲକ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବହୁ ପ୍ରମାଣ ପତ୍ର ଲାଭ କରିଛନ୍ତି ସେ । ଓଷ୍ଟା ପକ୍ଷରୁ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବରେ ଅଭିନୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଜୟୀ ମଧ୍ୟ ହୋଇଛନ୍ତି । କଲେଜ ଜୀବନରେ ନାଚ ଓ ଅଭିନୟରେ ପାରଦର୍ଶିତା ମଧ୍ୟ ପ୍ରଦର୍ଶନ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ ରିୟଲିଟି ସୋ “କିଏ ହେବ ମୋ ହିରୋଇନ୍‌”୍‌ସିଜିନ-୨ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ମେଗା ଅଡ଼ିସନ ପର୍ଯ୍ୟନ୍ତ ମଧ୍ୟ ସଫଳତାର ସହ ଯାତ୍ରା କରି ପାରିଥିଲେ । ଏଥି ସହିତ ବର୍ଷ ୨୦୧୮ରୁ କଳିଙ୍ଗ ଟିଭିରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ “ଦେଖ ଖବର ରଖ ନଜର”ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଅଭିନୟ କଣ ଜାଣିବା ଦିନଠୁ ବଡ଼ମହିଁଷଗୋଠ ପଂଚାୟତ ଗଙ୍ଗାଧରପୁର ଗ୍ରାମର ପ୍ରଣୟ ପାଣିଗ୍ରାହୀଙ୍କୁ ନିଜର କଳା ଶିକ୍ଷକ ରୂପେ ବାଛି ନେଇ ତାଙ୍କର ପ୍ରଚେଷ୍ଠାରୁ ସେ ଏତିକି ବାଟ ଆସିଥିବାର ପ୍ରକାଶ କରନ୍ତି । ତାଙ୍କର ଅଭିନୟ କ୍ଷେତ୍ରରେ ନିଜ ଦାଦା ତଥା ଓଲିଓଡ଼ ଜଗତର ସଫଳ ହାସ୍ୟ ଅଭିନେତା ସତ୍ୟବ୍ରତ ପାଣିଗ୍ରାହୀ ଓ ସତ୍ୟରଂଜନ ମିଶ୍ରଙ୍କ ପ୍ରମୁଖ ଭୂମିକା ଥିବା ସେ କହନ୍ତି । ବର୍ଷ ୨୦୨୨ରେ “ରଜ ରୂପ ସିଙ୍ଗାର” ପ୍ରତିଯୋଗିତାରେ ଏଗାରଶହ(୧୧୦୦)ପ୍ରତିଯୋଗୀଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରି ଏଲିନା ଓ ଲିପ୍ପସାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ଅଭିନୟ ସହିତ ଅବସର ସମୟରେ କୌଣସି ସ୍ୱତନ୍ତ୍ର ଶିକ୍ଷାଲାଭ ନକରି ମଧ୍ୟ ଅର୍ପିତା ମାଟିରେ ସୁନ୍ଦର ସୁନ୍ଦର ମୁର୍ତ୍ତି ପ୍ରସ୍ତୁତ କରିବା ସହ ତୂଳି ମାଧ୍ୟମରେ ଜୀବନ୍ତ ଚିତ୍ର ଆଙ୍କି କରିପାରୁଛନ୍ତି । ଏହିପରି ଭାବରେ କଳା କ୍ଷେତ୍ରରେ ଏକ ମଧ୍ୟବିତ୍ତ ପରିବାରର ଝିଅ ଅର୍ପିତା ନିଜକୁ ପ୍ରତିଷ୍ଠିତ କରିପାରିଥିବାରୁ ଉକ୍ତ ଅଂଚଳ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛି । ଅର୍ପିତାଙ୍କ ଯୋଗୁଁ କଳାକ୍ଷେତ୍ରରେ ଆଉପାଦେ ଆଗରପଡ଼ାର ସୁନାମ ବୃଦ୍ଧି ପାଇଛି । ଏହା ପୂର୍ବରୁ କଳାକ୍ଷେତ୍ରରେ ଏଇ ମାଟିର ଝିଅ ଏଲି ଓ ଏଲିନା ଉଭୟ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରି ଚାଲିଛନ୍ତି । ଗୌତମ ବାରିକ ବହୁ ଆଗଧାଡ଼ି ଯାତ୍ରାନୁଷ୍ଠାନରେ ସୂନାମ କଣ୍ଠଶିଲ୍ପୀ ରୂପେ ଇନିଂସ ସାରି ବର୍ତ୍ତମାନ କଟକ ଠାରେ ଏକ ମେଲୋଡ଼ି ପାର୍ଟି ଗଠନ କରି ଏହାରି ମାଧ୍ୟମରେ କଣ୍ଠଦାନ କରି ଦର୍ଶକ ଙ୍କୁ ବିମୋହିତ କରୁଛନ୍ତି । ତେଣୁ ଏଲି ଓ ଏଲିନାଙ୍କ ପରି ଅର୍ପିତା କେବେ ଓଡ଼ିଆ ଚଳଚିତ୍ରରେ ମୁଖ୍ୟ ନାୟିକା ସାଜି ନିଜ କଳାର ପାରଦର୍ଶିତା ପ୍ରଦର୍ଶନ କରିବେ ସେହି ସୁଯୋଗକୁ ଅପେକ୍ଷା କରିଥିବାର ପ୍ରକାଶ କରନ୍ତି ।