Onn 3

ଜମରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣ

State

ନିଶ୍ଚିନ୍ତକୋଇଲି : ଖଣ୍ଡାୟତ ପଟକିରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ଜମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱାଗତିକା ଲେଙ୍କାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନ୍ଦନାମୟୀ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଆଶୁତୋଷ ତ୍ରିପାଠୀ,ସିଆରସିସି ପ୍ରଭାତ କୁମାର ବେହେରା, ପ୍ରାକ୍ତନ ଶିକ୍ଷକ ଭଗବାନ ସାହୁ, ପ୍ରାକ୍ତନ ପ୍ରଧାନଶିକ୍ଷକ ଭୈରବଚନ୍ଦ୍ର ମହାନ୍ତି, ପ୍ରାକ୍ତନ ସିଆରସିସି ବିରଞ୍ଚିନାରାୟଣ ପାଣି, ପରିଚାଳନା କମିଟି ସଭାପତି ନରହରି ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ପୂର୍ବତନ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ୱରେ ଶିକ୍ଷୟିତ୍ରୀ କ୍ଷଣପ୍ରଭା ନାୟକ, ସୋନାଲି ବେହେରା, କୁନାଲ ଚନ୍ଦ୍ର ପରିଡ଼ା, ଲିୟାକୁଦ୍ଦିନ୍ ଖାଁ, ଅଜୟ କୁମାର ଦାସ, ବିଜୟ ବାରିକ, ଭାଗ୍ୟଶ୍ରୀ ରାଉତ, ଅମରନାଥ ସେଠୀ କ୍ରୀଡ଼ା ପରିଚାଳନା କରିଥିଲେ । ଏହି ଅବସରରେ ଚଳିତ ବର୍ଷ ଚମ୍ପିୟନ ତଥା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।