Bike 1710840027

ପୋଲ ତଳକୁ ଖସିଲା ବାଇକ୍, ୨ ମୃତ

State

ପୋଲ ତଳକୁ ବାଇକ୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ଆର. ଉଦୟଗିରିର ଡୁମ୍ବା ପାର୍କ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦ୍ୱୟ ହେଉଛନ୍ତି ଛେଳିଗଡ଼ ଗାଁର ମଣ୍ଟୁ ପାଲ୍ ଓ ଟୁକୁନା ସିଂ।

ମଣ୍ଟୁ ଓ ଟୁକୁନା ଆଜି ବାଇକ୍ ଯୋଗେ ଛେଳିଗଡ଼ରୁ ଆର.ଉଦୟଗିରି ଅଭିମୁଖେ ଯାଉଥିଲେ। ଡୁମ୍ବା ପାର୍କ ନିକଟରେ ବୁଲାଣି ରାସ୍ତାରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହୋଇ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା।

ମଣ୍ଟୁ ପାଲ ଓ ଟୁକୁନା ସିଂଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।