Image 1724678784

ଅଳଙ୍କାର ଲୁଟ୍ ଘଟଣା; CRPF ଯବାନଙ୍କ ସହ ୫ ଗିରଫ

State

ଧରାକୋଟ : ସୁନା ଦୋକାନରୁ ଲୁଟ୍ ଘଟଣାରେ ଜଣେ ସିଆରପିଏଫ୍ ଯବାନଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୁଲିସ । ସେମାନଙ୍କ ଠାରୁ ୨ କେଜି ରୁପା, ୧୫୦ ଗ୍ରାମ ସୁନା ସହ ନଗଦ ୫୮ ହଜାର ଟଙ୍କା ଜବତ କରାଯାଇଛି ।
ସୁନାମୋହି ଗ୍ରାମର ଶ୍ରୀରୁଦ୍ର ସାଇ ସୁନା ଦୋକାନରୁ ଲୁଟ ଘଟଣାରେ ପୁଲିସକୁ ମିଳିଛି ଏହି ସଫଳତା । ଏହି ମାମଲାର ତଦନ୍ତ ବେଳେ ଏଥିରେ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ମହାରାଷ୍ଟ୍ର ଅଞ୍ଚଳକୁ ଯାଇଥିଲା । ତେବେ ଏହି ଗ୍ୟାଙ୍ଗକୁ ଧରିବା ପରେ ଏହା ବିହାରର ଜଣେ CRPF ଯବାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜାଣି ପୁଲିସ ଚକିତ ହୋଇଯାଇଥିଲା। ଏହି ମାମଲାରେ ୮ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ଆଉ ୩ ଜଣଙ୍କୁ ଗିରଫ କରାଯାଇପାରିନାହିଁ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୩ ତାରିଖ ସଂଧ୍ୟାରେ ଶ୍ରୀରୁଦ୍ର ସାଇ ସୁନା ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ 3 ଜେକି ସୁନା ଓ 8 କେଜି ରୁପା ଅଳଙ୍କାର ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ ନେଇଥିଲେ ଗିରଫ ଅଭିଯୁକ୍ତମାନେ ।