Onn 3

ହତ୍ୟାକାରୀ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ଆଜି ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୈାରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ମୟୁରଭଞ ଜିଲା ବୈଶିଙ୍ଘା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଶ୍ୟାମସୁନ୍ଦର ବାରିକ (୬୨ ) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ସମେତ ୫୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସେହିପରି ଦଫା ୩୨୪ ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ୧୬-୧-୨୦୨୦ ରିଖ ସନ୍ଧ୍ୟା ୭ ଟା ସମୟରେ ଉକ୍ତ ଗ୍ରାମର ରାଧାକୃଷ୍ନ ବାରିକ , ଶରତ ଚନ୍ଦ୍ର ବାରିକ ଏବଂ ବିଶ୍ୱନାଥ ବେହେରା ଗ୍ରାମ ନିକଟସ୍ଥ ଏକ ପାନ ଦୋକାନ କୁ ଯାଇଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତଥିବା ଅଭିଯୁକ୍ତ ଶ୍ୟାମସୁନ୍ଦର ବାରିକ ପୂର୍ବ ଶତୃତା କୁ ନେଇ ଏମାନଙ୍କ ସହିତ ଗଣ୍ଡୋଗୋଳ କରିଥିଲା ।

ଏହି ସମୟରେ ଅଭିଯୁକ୍ତ ଶ୍ୟାମସୁନ୍ଦର ଏକ ଛୁରିରେ ରାଧାକୃଷ୍ନ ବାରିକ ଏବଂ ଶତର ଚନ୍ଦ୍ର ବାରିକ କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ରାଧାକୃଷ୍ନ ବାରିକ ଙ୍କ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣ ରେ ଶରତ ଚନ୍ଦ୍ର ବାରିକ ଗୁରୁତର ଆହାତ ହୋଇଥିଲେ । ଏ ବାବଦରେ ବୈଶିଙ୍ଘା ଥାନାରେ ରାଧାକୃଷ୍ନ ବାରିକ ଙ୍କ ପତ୍ନୀ ସୁଲେଖା ବାରିକ ଙ୍କ ଅଭିଯୋଗକ୍ରମେ କେସ ନମ୍ବର ୧୨/୨୦୨୦ ରେ ଏକ ମାମଲେ।। ରୁଜୁ କରିବା ସହ ଅଭି୍‌ଯୁକ୍ତ କୁ ୧୮-୧-୨୦୨୦ ରିଖ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।