431180fa 72f1 41fb B7cb 73186ddd82bd 750x430

ନିର୍ବାଚନ କାର୍ଯ୍ୟକ୍ରମରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ: ଜିଲ୍ଲାପାଳ

State

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର (୬୪) ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବୀରମହାରାଜପୁର କଲେଜ୍ ପଡ଼ିଆରେ ଚାଲିଥିବା ଟ୍ରାଇରନ୍ କାର୍ଯ୍ୟକ୍ରମରେ ଯୋଗଦେଇ ସେକ୍ଟର ଅଫିସର୍ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିଯୁକ୍ତି ହୋଇଥିବା ସମସ୍ତ ନିର୍ବାଚନ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ସହିତ ନିର୍ବାଚନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବାପାଇଁ ନିର୍ଦ୍ଦେଶ ଦେବା ସହିତ କାର୍ଯ୍ୟକ୍ରମରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ୍ କହିଛନ୍ତି।
ଜିଲ୍ଲାରେ ସମୁଦାୟ ୫୮୬ ବୁଥ୍‌ ରହିଛି। ସେଥି ମଧ୍ୟରୁ ସୋନପୁରରେ ରହିଛି ୩୧୯ ଓ ବୀରମହାରାଜପୁରରେ ରହିଛି ୨୮୬ ବୁଥ୍‌ ରହିଛି। ଜିଲ୍ଲା ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସୋନପୁରରେ ମୋଟ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୫୪ହଜାର ୬୯୬। ଏହି ନିର୍ବାଚନ ମଣ୍ଡଳୀରେ ଆଠ ଗୋଟି ପିଙ୍କ ବୁଥ ରହିଛି। ସେହିପରି ବୀରମହାରାଜପୁରରେ ମୋଟ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୧୫ହଜାର ୩୫୩। ଏହି ନିର୍ବାଚନ ମଣ୍ଡଳୀ ପାଇଁ ୫ଟି ପିଙ୍କ ବୁଥ ରହିଛି ବୋଲି ଜିଲ୍ଲା ପ୍ରଶାସନର ସୂଚନାମିଳିଛି।
ସାଧାରଣ ନିର୍ବାଚନ ଚୁଡାନ୍ତ ଚାଲିଥିବା ଟ୍ରାଇରନ୍ କାର୍ଯ୍ୟକ୍ରମରେ ଯୋଗଦେଇ ସେକ୍ଟର ଅଫିସର୍ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିଯୁକ୍ତି ହୋଇଥିବା ସମସ୍ତ ନିର୍ବାଚନ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ସହିତ ନିର୍ବାଚନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବାପାଇଁ ନିର୍ଦ୍ଦେଶ ଦେବା ସହିତ କାର୍ଯ୍ୟକ୍ରମରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସୁବର୍ଣ୍ଣପୁର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୁଲିସ୍ ବ୍ୟବସ୍ଥା କରାଯାଇଛି।
ଆଜି ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ଏଆରଓ ତଥା ବୀରାମହରାଜପୁର ତହସିଲଦାର ପୁନମ୍ ମହାପାତ୍ର, ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପିଡି ଡୁଡା ବିଶ୍ବନାଥ ବାରିକ, ଉଲୁଣ୍ଡା ତହସିଲଦାର ବିପିନ୍ କୁମାର ପ୍ରଧାନ, ଉଲୁଣ୍ଡା ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ବୀରମହାରାଜପୁର ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, ସହକାରୀ ଜିଲ୍ଲାପାଳ ଉପେନ୍ଦ୍ର କୁମାର ଦାସ, ଜୟକୃଷ୍ଣ ପାଣିଗ୍ରାହୀ, ଅଜିତ କୁମାର ମିର୍ଦ୍ଧା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତିନିଧିଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।